ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସଲମାନ ଖାନ୍ଙ୍କ ଶୋ’ ବିଗ ବସ୍ ସିଜନ-୧୭ । ଯାହାକୁ ଚାତକ ପରି ଚାହିଁରହିଛନ୍ତି ଦର୍ଶକ । ଏହି ଶା’ ପାଇଁ ଅଙ୍କିତା ଲୋଖଣ୍ଡେ ଏବଂ ୟୁଟ୍ୟୁବର୍ ଅରମାନ ମଲିକଙ୍କ ନାମ ଏହି ଶୋ’ରେ ଫାଇନାଲ ପ୍ରତିଯୋଗୀ ଭାବରେ ନାମ ପ୍ରାୟ ଚୂଡ଼ାନ୍ତ ହୋଇସାରିଛି ବୋଲି ଚର୍ଚ୍ଚା ହେଉଛି । ହେଲେ ବର୍ତ୍ତମାନ ସଲମାନ ଖାନ୍ଙ୍କ ଶୋ’ ବିଗ ବସ୍ ସିଜନ-୧୭ ପାଇଁ ପ୍ରତିବନ୍ଧକ ସାଜିବାକୁ ଯାଉଛି ସୋନି ଟିଭିର ଡ୍ୟାନ୍ସ ରିୟାଲିଟି ଶୋ’ । ସୋନି ଟିଭି ବିଗ ବସକୁ ନଜରରେ ରଖି ନିଜର ଏକ ପ୍ରସିଦ୍ଧ ଡ୍ୟାନ୍ସ ଶୋ’ର ନାମ ଘୋଷଣା କରିଛି। ଯାହା ସଲମାନଙ୍କ ଶୋ’ ପାଇଁ ଏକ ବଡ଼ ସମସ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସଲମାନଙ୍କ ବିଗ୍ବସ୍-୧୭ର ନିର୍ମାତା ନିକଟରେ ଘୋଷଣା କରିଥିଲେ। ଏହି ଶୋ’ର ପ୍ରୋମୋ କିଛି ଦିନ ପୂର୍ବରୁ ରିଲିଜ ହୋଇଛି। ଯେଉଁଥିରେ ସଲମାନ ତାଙ୍କ ହୃଦୟ, ମନ ଏବଂ ଶକ୍ତି ବିଷୟରେ କଥା ହେଉଥିବା ଦେଖାଯାଏ।ଏହାକୁ ଦେଖି ଦର୍ଶକଙ୍କ ଦିଲ୍ ଖୁସ୍ ହୋଇଯାଇଛି ।
ସେପଟେ ପ୍ରୋମୋ ରିଲିଜ ହେବାର କିଛି ଦିନ ପରେ ସୋନି ଟିଭି ଏହାର ଡ୍ୟାନ୍ସ ରିୟାଲିଟି ଶୋ’ର ନାମ ଘୋଷଣା କରିଛି। ବୁଧବାର ଏହାର ଅଫିସିଆଲ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଶୋ’ ର ଝଲକ ଶେୟାର କରାଯାଇଛି । କ୍ୟାପଶନରେ ଲେଖାଯାଇଛି ଯେ, ଡ୍ୟାନ୍ସର ପ୍ରକୃତ ଧମାଲ ହେବ, ୧୨ବର୍ଷ ପରେ ‘ଝଲକ ଦିଖଲା ଯା’ର ଯାଦୁ ସୋନି ମଞ୍ଚରେ କେବଳ ସୋନି ଏଣ୍ଟରଟେନମେଣ୍ଟ୍ ଟେଲିଭିଜନରେ ଦେଖାଯିବ। ‘ଝଲକ ଦିଖଲା ଯା’ ଭାରତରେ ନିଜ ଘରକୁ ଫେରୁଛି ବୋଲି ଲେଖାଯାଇଛି। ତେବେ ସୋନିର ଏହି ରିୟାଲିଟି ଶୋ’ ଭାଇଜାନଙ୍କ ଶୋ’ରେ ପ୍ରତିବନ୍ଧକ ସାଜିବ ବୋଲି କୁହାଯାଉଛି ।