ଓଡ଼ିଶା 365 (ବ୍ୟୁରୋ): ଆଖିବୁଜିଲେ ପ୍ରସିଦ୍ଧ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ସରୋଜା ବୈଦ୍ୟନାଥ । ୮୬ ବର୍ଷ ବୟସରେ ସରୋଜାଙ୍କ ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି କର୍କଟ ରୋଗରେ ହୋଇଥିଲେ ଆକ୍ରାନ୍ତ । ଗତକାଲି ଅର୍ଥାତ୍ ଗୁରୁବାର ଦିନ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ସରୋଜା। ନିକଟରେ ୧୯ ସେପ୍ଟେମ୍ବରରେ ଡକ୍ଟର ସରୋଜା ୮୬ ତମ ଜନ୍ମଦିନକୁ ଖୁବ ଧୁମଧାମରେ ବନ୍ଧୁ ପରିଜନଙ୍କ ସହ ପାଳନ କରିଥିଲେ। ହେଲେ ଗତକାଲି ତାଙ୍କର ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି ।
ଭାରତନାଟ୍ୟମ୍କୁ ଦେଶ ତଥା ବିଦେଶରେ ପ୍ରସିଦ୍ଧ କରିବା ପାଇଁ ସରୋଜଙ୍କୁ ଶ୍ରେୟ ଦିଆଯାଇଛି। ସରୋଜାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି ସଂସ୍କୃତି ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି ଯେ, ଭାରତନାଟ୍ୟମ ଗୁରୁ, ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ତଥା ଜଣେ ଉଜ୍ଜ୍ୱଳ ନୃତ୍ୟଶିଳ୍ପୀ ଡକ୍ଟର ସରୋଜା ବୈଦ୍ୟନାଥନଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ। ଡ. ସରୋଜଙ୍କୁ ୨୦୦୨ରେ ପଦ୍ମଶ୍ରୀ ଏବଂ ୨୦୧୨ ରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା। ୧୯୭୨ ମସିହାରେ, ଡ. ସରୋଜା ଦିଲ୍ଲୀରେ ଗଣେଶ ନାଟୟାଲା ଖୋଲିଥିଲେ।ତାଙ୍କର ୧୫ ଟି ଦେଶରେ ବିଦ୍ୟାଳୟ ଅଛି। ଯାହା ବର୍ତ୍ତମାନ ତାଙ୍କ ଶିଷ୍ୟମାନଙ୍କ ଦ୍ଵାରା ପରିଚାଳିତ ହେଉଛି । ଏହା ବ୍ୟତୀତ ସେ ଚାରୋଟି ପୁସ୍ତକ ମଧ୍ୟ ଲେଖିଛନ୍ତି।
ସୂଚନା ଅନୁଯାୟୀ, ସରୋଜା ୧୯୩୭ ମସିହାରେ କର୍ଣ୍ଣାଟକର ବେଲାରୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାର ସଦସ୍ୟ ସରୋଜଙ୍କୁ ଜଣେ ଡାକ୍ତର ଏବଂ ଇଞ୍ଜିନିୟର କରିବାକୁ ଚେଷ୍ଟା କରୁଥିଲେ ହେଲେ ସେ ନୃତ୍ୟ ଶିଖିବାରେ ଜିଦ୍ ଧରିଥିଲେ। ଶେଷରେ ତାଙ୍କର ଏହି ତାଙ୍କୁ ବିଶ୍ୱ ପ୍ରସିଦ୍ଧ ନାଟ୍ୟଗୁରୁର ଆଖ୍ୟା ଦେଇଥିଲା ।