ଓଡ଼ିଶା 365 (ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କାୟା ବିସ୍ତାର କରିଚାଲିଛି ସ୍କ୍ରବ୍ ଟାଇଫସ୍ । ଏହା ସହ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଏବେ ସୁନ୍ଦରଗଡ଼କୁ ସ୍କ୍ରବ ଟାଇଫସ୍ ଚିନ୍ତା। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରୁ ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୧୧କୁ ବୃଦ୍ଧି ହୋଇଛି । ଗତକାଲି ଜିଲ୍ଲାରେ ୪୨ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚକିତ୍ସା ଅଧିକାରୀ ଡ. କାହ୍ନୁଚରଣ ନାୟକ ।
ସୂଚନାଯୋଗ୍ୟ, ଗତ ଜାନୁଆରୀ ମାସରୁ ସେପ୍ଟେମ୍ବର ୨୦ ଯାଏ ସରକାରୀ ଭାବେ ୨୦୦ ଜଣ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ସୂଚନା ଦିଆଯାଇଛି । ଜାନୁଆରୀ ୧ ତାରିଖରୁ ଏହି ରୋଗର ଲକ୍ଷଣ ଦେଖା ଦେବା ପରେ ଡାକ୍ତରମାନେ ରକ୍ତ ନମୁନା ପରୀକ୍ଷା କରାଇବା ଲାଗି ପରାମର୍ଶ ଦେଇଥିଲେ । ହେଲେ ସେପ୍ଟେମ୍ବର ୧୨ ତାରିଖ ଯାଏ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨ରେ ରହିଥିଲା । ସଂଖ୍ୟା ବର୍ଷ ଆରମ୍ଭରୁ ଜିଲ୍ଲାରେ ଦେଖା ଦେଇଥିବା ସ୍କ୍ରବ୍ ଟାଇଫସ ଥମିବା ବଦଳରେ ମାଡ଼ି ଚାଲିଛି । ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୨୦୦ ଟିପିଥିବା ବେଳେ ଗତ ୪ ଦିନରେ ଚିହ୍ନଟ ହୋଇଛନ୍ତି ୨୫ ଆକ୍ରାନ୍ତ ।