ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କ୍ୟୁଇନ୍ ତଥା ଦକ୍ଷ ଅଭିନେତ୍ରୀ ତ୍ରିଶା କୃଷ୍ଣନ୍। ଦମଦାର ଅଭିନୟ ସାଙ୍ଗକୁ ଷ୍ଟାଇଲିସ୍ ନଜରରେ ଦର୍ଶକଙ୍କୁ ବାନ୍ଧି ରଖିଥାନ୍ତି ତ୍ରିଶା । ସେ ରିଲ୍ ଲାଇଫ୍ ହେଉ କିମ୍ବା ରିୟଲ୍ ଲାଇଫକୁ ନେଇ ସବୁବେଳେ ଲାଇମ୍ ଲାଇଟରେ ରହିଥାନ୍ତି ତ୍ରିଶା । ହେଲେ ଏଥର କୌଣସି ଚଳଚ୍ଚିତ୍ର ନୁହେଁ ବରଂ ନିଜ ବିବାହକୁ ନେଇ ଚର୍ଚ୍ଚା ପରିସରକୁ ଆସିଛନ୍ତି ।
ସୂଚନା ଅନୁଯାୟୀ, ତ୍ରିଶା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଦକ୍ଷିଣର ସୁନ୍ଦରୀ ତ୍ରିଶା କୃଷ୍ଣନ ମାଲାୟାଲମ ନିର୍ମାତାଙ୍କୁ ବିବାହ କରିବାକୁ ଯାଉଛନ୍ତି। ହେଲେ ଏପର୍ୟ୍ୟନ୍ତ ଅଭିନେତ୍ରୀଙ୍କ ଭବିଷ୍ୟତ ସାଥୀଙ୍କ ନାମ କିମ୍ବା ତାଙ୍କ ବିବାହ ତାରିଖ ପ୍ରକାଶ କରାଯାଇ ନାହିଁ। ହେଲେ ଖୁବଶୀଘ୍ର ଅଭିନେତ୍ରୀ ଏନେଇ ଅଫିସିଅଲ ଘୋଷଣା କରିପାରନ୍ତି।
ସେପଟେ ଏକ ସାକ୍ଷାତକାରରେ ତ୍ରିଶା ତାଙ୍କ ବିବାହ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଅଭିନେତ୍ରୀ କହିଥିଲେ ଯେ, ସେ ନିଜ ଇଚ୍ଛା ଏବଂ ସୁଖ ପାଇଁ ସିଙ୍ଗଲ ଅଛନ୍ତି । ବର୍ତ୍ତମାନ ସେ ବିବାହ ବିଷୟରେ ଚିନ୍ତା କରି ନାହାଁନ୍ତି। କିଛି ସମୟ ପୂର୍ବରୁ ଅଭିନେତ୍ରୀ କହିଥିଲେ ଯେ ଯେତେବେଳେ ତାଙ୍କ ବିବାହ ହେବ ସେତେବେଳେ ଏହା ଜଣାପଡିବ । ହେଲେ ଖୁବଶୀଘ୍ର ତ୍ରିଶା ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି ।