ଓଡ଼ିଶା 365 (ବ୍ୟୁରୋ): ପିଲାଟି ଦିନରୁ ଆପଣମାନେ ଶୁଣିଥିବେ ଯେ, ଶାଗ ଆମ ଶରୀର ପାଇଁ ଖୁବ୍ ଲାଭଦାୟକ । ବଡ ବଡ ବିଷେଶଜ୍ଞ ମାନେ କୁହନ୍ତି ଯେ, ଶାଗ ଖାଇଲେ ଆମ ଆଖିକୁ ଭଲ ଦେଖାଯାଇଥାଏ । ୪୦ ବର୍ଷ ପରେ ବି ଆମ ଆଖିରେ କୌଣସି ପ୍ରକାରର ସମସ୍ୟା ଦେଖାଦେଇନଥାଏ । ଏଥିପାଇଁ ଛୋଟ ଠାରୁ ବୟସ୍କ ସମସ୍ତେ ଶାଗ ଖାଇବାକୁ ଭଲ ପାଇଥାନ୍ତି । ହେଲେ ସଜନା ଶାଗରେ ଅଧିକ ଭିଟାମିନ୍ ଥାଏ । ହେଲେ ଆପଣ ଜାଣନ୍ତି ଶାଗ ଶରୀର ପାଇଁ ଯେତିକି ଉପକାରୀ ତ୍ୱଚା ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ । ସୌନ୍ଦର୍ୟ୍ୟ ବୃଦ୍ଧି କରିବାରେ ବେଶ୍ ସହାୟକ ହୋଇଥାଏ ସଜନା ଶାଗ ।
ସଜନାଶାଗକୁ ଶୁଖାଇ ଭଲ ଭାବେ ଗୁଣ୍ଡ କରିଦିଅନ୍ତୁ। ଏକ ଚାମଚ ଶାଗ ଗୁଣ୍ଡରେ ଅଧା ଚାମଚ ଲେମ୍ବୁରସ, ୧ ଚାମଚ ଲେଖାଏ ମହୁ ଏବଂ ଗୋଲାପଜଳ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦ ମିନିଟ୍ ରଖନ୍ତୁ। ପରେ ନଖ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ। ଏହାଦ୍ୱାରା ତ୍ୱଚାରେ ରିଙ୍କଲ ମାର୍କ ଦେଖାଯାଇ ନଥାଏ। ଏହା ତ୍ୱଚାକୁ ସଫା, ଟାଇଟ୍ ରଖିବା ସହ ଚେହେରାରେ ବୃଦ୍ଧା ଅବସ୍ଥାକୁ ଦୂର କରିଥାଏ । ସଜନାଶାଗ ଖାଇବା ସହ ଏହାର ଗୁଣ୍ଡ ଲଗାଇବା ବି ତ୍ୱଚା ବେଶ୍ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ବିପୁଳ ମାତ୍ରାରେ କୋଲାଜେନ୍ ପ୍ରୋଟିନ୍ ଭରିରହିଥାଏ ।
ଏହାସହ ଆପଣଙ୍କ ସ୍କିନ୍ ଟୋନ୍ ଡାର୍କ ଥିଲେ ସଜନାଶାଗ ପେଷ୍ଟକୁ ଲଗାଇ ପାରିବେ। ଏହା ଦାଗମୁକ୍ତ କରିବା ସହ ସ୍କିନ୍ଟୋନ୍ ବଢ଼ାଇ ତ୍ୱଚାକୁ ଉଜ୍ଜ୍ୱଳ କରିବାରେ ସାହାଯ୍ୟ କରିଥାଏ। ଏହା ମଧ୍ୟ ବ୍ରଣ ସମସ୍ୟା ଦୂର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଖାଲିସେତିକି ନୁହେଁ ସଜନା ଶାଗ ଏବଂ ସଜନା ଗୁଣ୍ଡ ପରି ସଜନା ତେଲ ମଧ୍ୟ ଓଠ ପାଇଁ ଭଲ ମଶ୍ଚରାଇଜର ଭାବେ କାମ କରିଥାଏ । ଓଠର ଥିବା କଳାପଣକୁ ଦୂର କରିବା ସହ ଓଠକୁ ସୁନ୍ଦର କରିଥାଏ । ତେଣୁ ସଜନା ଶାଗ ଶରୀର ପାଇଁ ଯେତିକି ଉପଯୋଗୀ ତ୍ୱଚା ପାଇଁ ମଧ୍ୟ ସେତିକି ଲାଭଦାୟକ ।