ଓଡ଼ିଶା 365 (ବ୍ୟୁରୋ) : ଟି-ଟ୍ୱେଣ୍ଟି ବିଶ୍ୱକପ୍-୨୦୨୪ ମିଳିତ ଭାବେ ଆୟୋଜନ କରିବେ ୱେଷ୍ଟଇଣ୍ଡିଜ୍ ଓ ଆମେରିକା । ଏହା ମଧ୍ୟରେ ଆଇସିସି ପକ୍ଷରୁ ବିଶ୍ୱକପ୍ ମ୍ୟାଚ୍ ଆୟୋଜନ ପାଇଁ ଆମେରିକାର ୩ଟି ଭେନ୍ୟୁ ଚୂଡ଼ାନ୍ତ ହୋଇଛି । ଟେକ୍ସାସର ଡଲାସ୍ ଠାରେ ଥିବା ଗ୍ରାଣ୍ଡ୍ ପ୍ରାଇରି ଷ୍ଟାଡିୟମ, ଫ୍ଲୋରିଡାର ଲାଉଡରହିଲ୍ ସ୍ଥିତ ବ୍ରୋୱାର୍ଡ଼ କାଉଣ୍ଟି ଷ୍ଟାଡିୟମ ଏବଂ ନ୍ୟୁୟର୍କରେ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ ।
ଟି-ଟ୍ୱେଣ୍ଟି ବିଶ୍ୱକପ୍-୨୦୨୪ ପାଇଁ ପ୍ରଥମେ ଆମେରିକାର ୪ଟି ଭେନ୍ୟୁ ତାଲିକାଭୁକ୍ତ କରାଯାଇଥିଲା। ପରେ ସେଥିମଧ୍ୟରୁ ମୋରିସ୍ଭିଲକୁ ବାଦ୍ ଦିଆଯାଇଛି । ଆଇସିସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ନ୍ୟୁୟର୍କରେ ପ୍ରତିଷ୍ଠା ହେବାକୁ ଥିବା ନୂଆ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ । ସେହିପରି ୱେଷ୍ଟଇଣ୍ଡିଜ୍ର ୭ଟି ଭେନ୍ୟୁରେ ବିଶ୍ୱକପ୍ ମ୍ୟାଚ୍ ଆୟୋଜିତ ହେବ । ବିଶ୍ୱକପ୍ର ନବମ ସଂସ୍କରଣରେ ମୋଟ ୨୦ଟି ଦଳ ଭାଗ ନେବେ ।