ଓଡ଼ିଶା 365 (ବ୍ୟୁରୋ): ମିଠା ସମସ୍ତଙ୍କର ପସନ୍ଦ । ଛୋଟ ଠାରୁ ବୟସ୍କ ସଭିଏଁ ମିଠା ଖାଇବାକୁ ବେଶୀ ଭଲପାଆନ୍ତି । ଅଧିକାଂଶ ଲୋକ ଖାଇବା ଶେଷରେ ମିଠା ଖାଇଥାନ୍ତି । ହେଲେ ଆପଣଙ୍କ ମନରେ କେବେ ପ୍ରଶ୍ନ ଆସେନି ଯେ, ଖାଇସାରିବା ପରେ କାହିଁକି ମିଠା ଖିଆଯାଇଥାଏ, ଆସନ୍ତୁ ଜାଣିବା ।
ଧାର୍ମିକ ଶାସ୍ତ୍ର ଅନୁଯାୟୀ, ଘରେ , ବାହାରେ, କୌଣସି ଧରଣିକା ଅନୁଷ୍ଠାନରେ କିମ୍ବା କୌଣସି ଭୋଜିରେ, ସବୁଠି ଭୋଜନର ଆରମ୍ଭ ରାଗ କିମ୍ବା ଲୁଣରୁ ହୋଇଥାଏ ।ଭୋଜନର ଶେଷରେ ମିଠା ଖିଆଯାଇଥଏ । ବୈଜ୍ଞାନିକ କାରଣ ଅନୁସାରେ ରାଗ ଖାଇବା ଯୋଗୁଁ ଆମ ପେଟ ଭିତରେ ଥିବା ପାଚନ ତତ୍ୱ ସଠିକ୍ ଭାବରେ ସଞ୍ଚାଳନ ହୋଇଥାଏ ଏବଂ ଶେଷରେ ମିଠା ଖାଇବା ଯୋଗୁଁ ଅମ୍ଳର ତୀବ୍ରତା କମ୍ ହୋଇଥାଏ ।ଯାହା ଫଳରେ ଆମ ଶରୀରରେ ଏସିଡ଼ିଟି ବା ଜ୍ବଳନ ପରି ସମସ୍ୟା ଦେଖାଦେଇନଥାଏ । ସେଥିପାଇଁ ଭୋଜନ ଶେଷରେ ମିଠା ଦିଆଯାଇଥାଏ । ମିଠା ଖାଦ୍ୟ ହଜମ କରିବାରେ ବେଶ୍ ସହାୟକ ହୋଇଥାଏ ।
ଏହାସହ ସଦାସର୍ବଦା ମନେରଖନ୍ତୁ ଭୋଜନ ପରେ ଆପଣଙ୍କୁ ବହୁତ ଶୋଷ ହୋଇଥାଏ । ହେଲେ କେମେ ବି ପାଣି ପିଇବେ ନାହିଁ । ଖାଇସାରିବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ଆପଣଙ୍କ ପାଚନ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁ ଖାଇସାରିବାର ଅଧଘଣ୍ଟା ପରେ ପାଣି ପିଅନ୍ତୁ, ଏପରି କରିବା ଦ୍ୱାରା ଆପଣଙ୍କ ଖାଦ୍ୟ ଭଲରେ ହଜମ ହେବା ସହ ଶରୀର ମଧ୍ୟ ସୁସ୍ଥ ରହିବ ।