ଓଡ଼ିଶା 365 (ବ୍ୟୁରୋ): ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏହାପୂର୍ବରୁ ଆଜି ବିଧାନସଭା ପରିସରରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜି, ସିପି, ଡିସିପି ଏବଂ ବରିଷ୍ଠ ଅଧିକାରୀ। ଏଣୁ ବିଧାନସଭାକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ବିଧାନସଭାକୁ ରଖାଯାଇଛି ଏବଂ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ସୂଚନାଯୋଗ୍ୟ, ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ଵାବଧାନରେ ରହିବ ଏହି ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ଲାଗି ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସୁରକ୍ଷା ବ୍ୟବସ୍ଥାକୁ ୬ ଜଣ ଅତିରିକ୍ତ ଡିସିପି ତଦାରଖ କରିବେ । ଏଥିଲାଗି ୧୦୦ରୁ ଊର୍ଦ୍ଧ୍ବ ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି । ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ୬ ଅତିରିକ୍ତ ଡିସିପି, ୧୯ ଜଣ ଏସିପି, ୨୦ଜଣ ଇନ୍ସପେକ୍ଟର , ୭୫ ଜଣ ଏସଆଇ ନିୟୋଜିତ ହେବେ । ବିକ୍ଷୋଭ, ଆନ୍ଦୋଳନ, ରାଲି, ଧାରଣା ଆଦି ନିୟନ୍ତ୍ରଣ ପାଇଁ ୫ଟି କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।