ଓଡ଼ିଶା ୩୬୫ (ବ୍ୟୁରୋ): ଅଷ୍ଟ୍ରିଆର ଏକ ପର୍ବତ ଉପରେ ଇନଷ୍ଟାଗ୍ରାମ-ପ୍ରସିଦ୍ଧ ‘ସ୍ୱର୍ଗର ସିଢି’ ଉପରକୁ ଚଢୁଥିବା ଜଣେ ବ୍ରିଟିଶ ନାଗରିକଙ୍କର ୩୦୦ ଫୁଟ ଉଚ୍ଚତାରୁ ଖସିଯିବା ପରେ ମୃତ୍ୟୁ ଘଟିଛି। ସେପ୍ଟେମ୍ବର ୧୨ ରେ ଏହି ଦୁଃଖଦ ଘଟଣା ଘଟିଥିଲା । ୪୨ ବର୍ଷୀୟ ବ୍ୟକ୍ତି ଏକାକୀ ପାହାଚ ଉପରକୁ ଚଢିଥିଲେ । ଖବର ଅନୁଯାୟୀ, ଅଷ୍ଟ୍ରିଆର ଏକ ପର୍ବତ ଉପରେ ଏକ ସଂକୀର୍ଣ୍ଣ ପାହାଚ ଉପରକୁ ଚଢୁଥିବାବେଳେ ୩୦୦ ଫୁଟ ଉଚ୍ଚତାରୁ ଖସିପଡ଼ି ଜଣେ ବ୍ରିଟିଶ ପର୍ୟ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହା ହେଉଛି ଏରିଲ୍ ସିଡ଼ି, ଯାହା ସ୍ଥାନୀୟ ଭାବରେ “ସ୍ୱର୍ଗର ସିଢି” ଭାବରେ ଜଣାଶୁଣା । ଏହା ସାଲଜବର୍ଗ ବାହାରେ ଥିବା ଡାଚଷ୍ଟାଇନ୍ ପର୍ବତ ଉପରେ ନିର୍ମିତ ।
ଏହି ଦୁଃଖଦ ଘଟଣାଟି ଘଟିଥିଲା ଯେତେବେଳେ ବ୍ୟକ୍ତି ଜଣକ ଏକାକୀ ପାହାଚ ଚଢିବା ଆରମ୍ଭ କରିଥିଲେ । ଏହି ସମୟରେ ସେ ଖସିପଡି ତଳେ ଥିବା ଉପତ୍ୟକାକୁ ଖସିଗଲେ । ଦୁର୍ଘଟଣା ପରେ ଉଦ୍ଧାର ପାଇଁ ଦୁଇଜଣ ପୋଲିସ କର୍ମଚାରୀ ଏବଂ ହେଲିକପ୍ଟର ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ତାଙ୍କୁ ଉଦ୍ଧାର କରାଯାଇ ପାରି ନଥିଲା। କିଛି ସମୟ ପରେ ଉଦ୍ଧାରକାରୀମାନେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଅଧିକାରୀମାନେ କୌଣସି ତୃତୀୟ ପକ୍ଷର ଅବହେଳାକୁ ଏଡ଼ାଇ ଦେଇ କହିଛନ୍ତି ଯେ ଦୁର୍ଘଟଣା ସମୟରେ ପର୍ବତାରୋହୀ ଏକାକୀ ଥିଲେ। ମୃତକଙ୍କ ପରିଚୟ ପ୍ରକାଶ ପାଇନାହିଁ।