ଓଡ଼ିଶା 365 (ବ୍ୟୁରୋ): ବରଗଡ଼ରେ ଏକକାଳିନ ୧୦ଟି ସ୍ଥାନରେ କେନ୍ଦ୍ରୀୟ ଆୟକର ବିଭାଗର ଚଢ଼ାଉ କରିଛି। ଜିଲ୍ଲାର କିଛି ଦୋକାନ, ଅଏଲ ପ୍ଲାଣ୍ଟ ଉପରେ ଚଢ଼ାଉ କରିଛି କେନ୍ଦ୍ରୀୟ ଆୟକର ବିଭାଗ । ସଁୟାସ୍ଥିତ ବାଲଗୋପାଳ ଅଏଲ୍ ମିଲରେ ବି ରେଡ୍ ହୋଇଛି । ଲିଙ୍କରେ ଥିବା ସିଏ ଓ ଅନ୍ୟାନ୍ୟ ସ୍ଥାନରେ ଚଢାଉ ଚାଳିଛି । ବରଗଡ଼ ଜିଲ୍ଲା ସମେତ ରାଜ୍ୟ ର ୮୦ଟି ସ୍ଥାନରେ ଚଢ଼ାଉ ହେଉଥିବା ଆୟକର ବିଭାଗ ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।