ଓଡ଼ିଶା 365 (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୩ରେ ବାରାଣାସୀ ଗସ୍ତରେ ଯାଇ ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ। ଏହା ପରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ। ଏହି ସମୟ ମଧ୍ୟରେ ବିଶ୍ୱ କ୍ରିକେଟରେ ଚର୍ଚ୍ଚିତ ତାରକା ମାଷ୍ଟ୍ରରବ୍ଲାଷ୍ଟର ସଚିନ ତେନ୍ଦୁଲକର, ଲିଟିଲ ମାଷ୍ଟ୍ରର ସୁନୀଲ ଗାଭାସ୍କର, ବିଶ୍ୱବିଜେତା ଅଧିନାୟକ କପିଲ ଦେବ, ରବି ଶାସ୍ତ୍ରୀ ପ୍ରମୁଖ ମଞ୍ଚରେ ଉପସ୍ଥିତ ରହିବେ।
ଏଥିସହ ବିସିସିଆଇ ସଭାପତି ରୋଜର ବିନି, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା, ସଚିବ ଜୟ ଶାହା, ୟୁପି କ୍ରିକେଟ୍ ଆସୋସିଏସନ୍ ସଭାପତି ନିଧିପତି ସିଙ୍ଘାନିଆ ଏବଂ ନିର୍ଦ୍ଦେଶକ କ୍ଷୁଦ୍ଧବୀର ସିଂଙ୍କ ଉପସ୍ଥିତିରେ ବାରାଣାସୀ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରାଯିବାର କାର୍ଯ୍ୟକ୍ରମ ରହିଛି ।