ଓଡ଼ିଶା365(ବ୍ୟୁରୋ): ଭାରତୀୟ କ୍ରିକେଟ୍ ଦଳର କିଟ୍ ପ୍ରାୟୋଜକ ଆଦିଦାସ ପକ୍ଷରୁ ବିଶ୍ବକପ୍ ଜର୍ସି ଉନ୍ମୋଚନ କରାଯାଇଛି। ସାମାଜିକ ଗଣମାଧ୍ୟମରେ ଆଦିଦାସ ଓ ବିସିସିଆଇ ବିଶ୍ବକପ୍ ଜର୍ସି ସଂପର୍କିତ ଏକ ଭିଡିଓକୁ ଅପଲୋଡ୍ କରାଯାଇଥିଲା। ନୂଆ ଜର୍ସିରେ ଖେଳାଳିମାନଙ୍କ କାନ୍ଧରେ ଥିବା ୩ଟି ଧଳାଗାରକୁ ବଦଳାଇ ତ୍ରିରଙ୍ଗାର ରଙ୍ଗକୁ ସ୍ଥାନ ଦିଆଯାଇଛି। ବାମପଟ ଛାତି ଉପରେ ବିସିସିଆଇ ଲୋଗୋ ଦିଆଯିବା ସହ ତାହା ଉପରେ ଦୁଇଟି ତାରକା ଚିତ୍ରିତ କରାଯାଇଛି। ଯାହା ଭାରତର ଦୁଇଟି ଦିନିକିଆ ବିଶ୍ବକପ୍ ବିଜୟ (୧୯୮୩ ଓ ୨୦୧୧)କୁ ଦର୍ଶାଉଛି। ଭାରତର ଏହି ବିଶ୍ବକପ୍ ପ୍ରଚାରର ନାମକୁ ଆଦିଦାସ୍ ଦ୍ବାରା ‘୩ କା ଦମ୍’ ନାମରେ ନାମିତ କରାଯାଇଛି। ସେହିପରି ଆଦିଦାସ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସ୍ବତନ୍ତ୍ର ବିଶ୍ବକପ୍ ସଙ୍ଗୀତକୁ ଭାରତୀୟ ରାପର୍ ରଫତାର୍ ଗାଇଛନ୍ତି। ଏହି ପ୍ରଚାର ଭିଡିଓରେ ପ୍ରଶଂସକଙ୍କ ସହିତ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଶୁବମନ ଗିଲ୍, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ ଓ କୁଲଦୀପ ଯାଦବଙ୍କୁ ଦେଖିବାକୁ ମିଳୁଛି।