ଓଡ଼ିଶା365(ବ୍ୟୁରୋ): କାଦୁଅ ହାତରେ ସାଇକେଲ୍ ସିଟ୍ ଛୁଇଁଦେବାରୁ ଜଣେ ୫ ବର୍ଷୀୟ ବାଳିକାକୁ ଉତ୍ତରପ୍ରଦେଶ ମହାରାଜଗଞ୍ଜ ଜିଲ୍ଲାର ଏକ ପାର୍କରେ ହତ୍ୟା କରାଯାଇଛି । ସାଇକେଲ୍ର ମାଲିକ ରାଗିଯାଇ ଛୁରି ଭୁସି ହତ୍ୟା କରିଥିବା ପୁଲିସ କହିଛି। ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ତଥ୍ୟ ସଂଗ୍ରହ କରି ପୁଲିସ କହିଛି, ମଙ୍ଗଳବାର କୁନିଝିଅ ରିମ୍ଝିମ୍ ସାଙ୍ଗମାନଙ୍କ ମେଳରେ ପାର୍କରେ ଖେଳୁଥିଲା। ସେତେବେଳେ ପ୍ରଦୀପ କୁମାର ନାମରେ ଜଣେ ୨୧ ବର୍ଷୀୟ ଯୁବକ ସେମାନଙ୍କ ନିକଟରେ ତାଙ୍କ ସାଇକେଲ୍ ରଖିଥିଲେ।
ଖେଳୁଥିବା ବେଳେ ରିମ୍ଝିମ୍ ସେଠାରେ ସାଇକେଲ୍ ଥିବା ଦେଖି ସିଟ୍ରେ ହାତ ମାରିଦେଇଥିଲା। ଏଥିରେ ପ୍ରଦୀପ ରାଗିଯାଇ ରିମ୍ଝିମ୍କୁ ଏକାଧିକ ଥର ଛୁରି ଭୁସି କ୍ଷତବିକ୍ଷତ କରି ସେଠାରେ ଚମ୍ପଟ ମାରିଥିଲେ। କେତେକ ସ୍ଥାନୀୟ ବାସିନ୍ଦା ରିମ୍ଝିମ୍କୁ ମୃତାବସ୍ଥାରେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ଏ ବିଷୟରେ ପୁଲିସକୁ ସୂଚନା ଦେବା ପରେ ଅଭିଯୁକ୍ତ ଦୀପକଙ୍କୁ ଗିରଫ କରାଯାଇଥିଲା।