ଓଡ଼ିଶା 365 (ବ୍ୟୁରୋ): ସମୁଦ୍ରରେ ଶତ୍ରୁଙ୍କୁ କଡ଼ା ଜବାବ ଦେବାକୁ ପାରାଦୀପରେ ଆରମ୍ଭ ହୋଇଛି ‘ସାଗର କବଚ-୨’ର ଦୁଇଦିନିଆ ମିଳିତ ସମରାଭ୍ୟାସ । ସବୁ ବିଭାଗ ମଧ୍ୟରେ ସମନ୍ଵୟ ରଖି କିପରି କରାଯିବ ଅପରେସନ ସେନେଇ ଆଜିଠୁ ପାରାଦ୍ୱୀପରେ ଆରମ୍ଭ ହୋଇଛି ଏହି ମିଳିତ ସମରାଭ୍ୟାସ । ଆଜିଠାରୁ ପଶ୍ଚିମବଙ୍ଗ ଓ ଓଡ଼ିଶା ମିଳିତ ଭାବେ ଏହି ସମରାଭ୍ୟାସ ୪୮୨ କିମି ପର୍ଯ୍ୟନ୍ତ ଆରମ୍ଭ କରିଥିବା ବେଳେ ଏହା ୨ଦିନ ଧରି ଚାଲୁ ରହିବ। ୨୬/୧୧ ମୁମ୍ବାଇ ଜଳପଥ ଆକ୍ରମଣ ପରେ ଉପକୂଳ ସୂରକ୍ଷା ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଏହି ସମରାଭ୍ୟାସ କରାଯାଉଛି। ଏହି ସମରାଭ୍ୟାସ ସାଗର କବଚ – ୨ରେ ମେରାଇନ ପୋଲିସ, କୋଷ୍ଟଗାର୍ଡ, ମତ୍ସ୍ୟ ବିଭାଗ, ଅଗ୍ନିଶମ ବିଭାଗ, ପାରାଦ୍ୱୀପ ବନ୍ଦର, ଇମିଗ୍ରେସନ, ଇଣ୍ଟେଲିଜେନ୍ସ, ବନ ବିଭାଗ, ସିଆଇଏସଏଫ, କଷ୍ଟମ୍ସ ବିଭାଗ ଆଦି ୧୮ଟି ବିଭାଗ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି ।
ଉପକୁଳ ସହିତ ଜଳପଥରେ ମଧ୍ୟ କଡା ପ୍ରହରା ଦିଆଯାଉଥିବା ବେଳେ ପ୍ରତିଟି ଜାଗାରେ ଚେକିଂ କଡାକଡି ଭାବେ କରାଯାଉଛି । ଜଳପଥ ଦେଇ ସ୍ତଳଭାଗକୁ କିଭଳି ଶତୃ ପକ୍ଷ ପ୍ରବେଶ ନକରି ପାରିବେ ତାହାକୁ ନେଇ ଚାଲିଛି ଜୋରଦାର ଅଭ୍ୟାସ। ସମସ୍ତଙ୍କୁ ରେଡ୍ ଟିମ୍ ଓ ବ୍ଲୁ ଟିମ୍ ନାମରେ ଦୁଇଟି ଟିମ ଗଠନ କରାଯାଇଛି । ରେଡ୍ ଟିମ୍ ସମୁଦ୍ର ପଥ ଦେଇ ସ୍ଥଳଭାଗର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପ୍ରବେଶ କରିବ । ସେମାନଙ୍କୁ ଧରିବାକୁ ପ୍ରୟାସ କରିବ ବ୍ଲୁ ଟିମ୍ ।