ଓଡ଼ିଶା 365 (ବ୍ୟୁରୋ): ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କୁ ମିଳିଲା ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ପଦରୁ ପ୍ରମିଳା ମଲ୍ଲିକ ଇସ୍ତଫା ଦେବା ପରେ ଏହି ଅତିରିକ୍ତ ଦାୟିତ୍ୱ ସୁଦାମ ମାର୍ଣ୍ଡିଙ୍କୁ ମିଳିଛି । ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ପୁଣି ଜଣେ ମନ୍ତ୍ରୀଙ୍କୁ ଟିମରେ ସାମିଲ କରିବା ବଦଳରେ ପୂର୍ବରୁ ଥିବା ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ନବୀନ । ମନ୍ତ୍ରୀପଦରୁ ଇସ୍ତଫା ଦେଇ ପ୍ରମିଳା ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପରେ ସୁଦାମ ମାର୍ଣ୍ଡିଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ମିଳିଛି ।
ସୂଚନାଯୋଗ୍ୟ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀପଦରୁ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ । ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି ପ୍ରମିଳା । ଆଜି ବାଚସ୍ପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ପ୍ରମିଳା । ତାଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ପଦ ।