ଓଡ଼ିଶା 365 (ବ୍ୟୁରୋ) : ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ ଦିନିକିଆ ବିଶ୍ୱକପ । ବିଶ୍ୱକପ ପାଇଁ ଦିନ ଯେତିକି ପାଖେଇ ଆସୁଛି ଦର୍ଶକଙ୍କ ଉତ୍ସାହ ବଢିବାରେ ଲାଗିଛି। ଏଥିଲାଗି ଆଇସିସି ତରଫରୁ ରିଲିଜ୍ ହୋଇଛି ବିଶ୍ୱକପ ଆନ୍ଥେମ। ଯାହାର ନାମ ରହିଛି ଓ୍ବାନଡେ ଏକ୍ସପ୍ରେସ । କ୍ରିକେଟ ପ୍ରେମୀଙ୍କୁ ଏହା ବେସ ପସନ୍ଦ ଆସୁଛି । ଏଥିରେ ବଲିଉଡ ଅଭିନେତା ରଣବୀର ସିଂ ନଜର ଆସିଛନ୍ତି । ଶ୍ଲୋକେ ଲାଲ ଓ ସାବେରି ବର୍ମା ଗୀତ ରଚନା କରିଛନ୍ତି । ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଏହାର ନିର୍ଦ୍ଦେଶନା ଓ ସ୍ବର ସଂଯୋଜନା କରିଛନ୍ତି । ଦର୍ଶକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବା ପାଇଁ ବିଶ୍ବକପ ଆନ୍ଥେମ ପ୍ରସ୍ତୁତ ହୋଇଛି । ଏଥିରେ ରାପ୍ର ଛୁଙ୍କ ମଧ୍ୟ ରହିଛି ବିଶ୍ବକପ ଆନ୍ଥେମରେ । ଏକ ଟ୍ରେନରେ ଏହାର ଭିଡିଓ ସୁଟ ହୋଇଛି । ନକସ ଅଜିଜ, ଶ୍ରୀରାମ ଚନ୍ଦ୍ରା, ଅମିତ ମିଶ୍ରା, ଜୋନିତା ଗାନ୍ଧୀ, ଅକ୍ଷା, ଚରଣ ପ୍ରମୁଖ ଏଥିରେ କଣ୍ଠଦାନ କରିଛନ୍ତି।
ବିସିସିଆଇ ପକ୍ଷରୁ ଅଫିସିଆଲ ସୋସିଆଲ୍ ମିଡ଼ିଆ ପୃଷ୍ଠାରେ ଟିମ୍ ଇଣ୍ଡିଆ ଜର୍ସି ଉନ୍ମୋଚନର ଭିଡ଼ିଓ ଅପ୍ଲୋଡ କରାଯାଇଛି । ଅକ୍ଟୋବର ୫ରୁ ନଭେମ୍ବର ୧୯ ତାରିଖ ଯାଏଁ ଭାରତରେ ଆଇସିସି ପୁରୁଷ ଦିନିକିଆ ବିଶ୍ୱକପ ଖେଳାଯିବ ।ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଅକ୍ଟୋବର ୧୪ ତାରିଖରେ ଅହମ୍ମଦାବାଦ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍ ରହିଛି ।
ଅଫିସିଆଲ ଜର୍ସି ପ୍ରୟୋଜକ ‘ଆଡିଡାସ୍’ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ଭିଡ଼ିଓରେ ଭାରତର ତୃତୀୟ ବିଶ୍ୱକପ୍ ସ୍ୱପ୍ନ ବିଷୟରେ କୁହାଯାଇଛି। ୧୯୮୩ ଓ ୨୦୧୧ରେ ଭାରତ ଦିନିକିଆ ବିଶ୍ୱକପ୍ ଜିତିଥିଲା । ଏଥର ତୃତୀୟ ବିଶ୍ୱକପ୍ ଜିତିବା ପାଇଁ ଦଳ ନିକଟରେ ସୁଯୋଗ ରହିଛି ।ଅକ୍ଟୋବର ୬ ତାରିଖରେ ଭାରତୀୟ ଦଳ ଏହି ଜର୍ସି ପରିଧାନ କରି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଶ୍ୱକପ୍ର ପ୍ରଥମ ଲିଗ୍ ମ୍ୟାଚ୍ ଖେଳିବ । ମୋଟ ୧୦ଟି ଦଳକୁ ନେଇ ୧୦ଟି ଭେନ୍ୟୁରେ ଖେଳାଯିବ ବିଶ୍ୱକପ୍ ମ୍ୟାଚ ।