ଓଡ଼ିଶା 365 (ବ୍ୟୁରୋ) : ଆଜି ରାଜ୍ୟସଭାରେ ଆଗତ ହେବ ମହିଳା ସଂରକ୍ଷଣ ବିଲ୍ । ଦିନ ୧୧ଟାରୁ ବିତର୍କ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ବିଜେପିରୁ ୧୪ ଓ କଂଗ୍ରେସରୁ ୪ ମହିଳା ସାଂସଦ ଏଥିରେ ସାମିଲ ହେବେ। ସ୍ୱତନ୍ତ୍ର ଅଧିବେଶନର ଆଜି ୪ର୍ଥ ଦିନ, ଶୁକ୍ରବାର ଶେଷ ଦିନ ଥିବାରୁ ଏହି ବିଲକୁ ପାରିତ କରିବାକୁ ପ୍ରୟାସ କରାଯିବ। ଶାସକ ଦଳ ତରଫରୁ ସାଂସଦ ଜେପି ନଡ୍ଡା ପ୍ରଥମେ ଅଭିଭାଷଣ ରଖିବେ । ଦିନ ୧୧ଟାରୁ ଆରମ୍ଭ ହୋଇ ଏହି ବତର୍କ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ସ୍ୱତନ୍ତ୍ର ଅଧିବେଶନର ଆଜି ୪ର୍ଥ ଦିନ । ଆସନ୍ତାକାଲି ଶେଷ ଦିନ ଥିବାରୁ ଏହି ବିଲକୁ ପାରିତ କରିବାକୁ ପ୍ରୟାସ କରିବ ।
ବିଜେପିର ୧୪ ଜଣ ମହିଳା ସାଂସଦ ଏହି ବିତର୍କରେ ସାମିଲ ହେବେ । କିନ୍ତୁ ଗତକାଲି ଲୋକସଭାରେ ଏହି ବିଲକୁ ନେଇ ବିତର୍କ ଚାଲିଥିବାବେଳେ ସୋନିଆ ଗାନ୍ଧୀ କହିଥିଲେ କଂଗ୍ରେସ ଏହି ବିଲକୁ ସମର୍ଥନ କରୁଛି । ତେଣୁ ହୁଏତ ରାଜ୍ୟସଭାରେ ବିଲ୍ ପାରିତ କରିବା ସରକାରଙ୍କୁ ସହଜ ହେବ। ଏହି ବିଲ ଆଇନରେ ପରିଣତ ହେଲେ ମହିଳାମାନେ ଉଭୟ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ପାଇବେ ।
ସୋମବାର କେନ୍ଦ୍ର କ୍ୟାବିନେଟ୍ ଏହି ବିଲକୁ ଅନୁମୋଦନ କରିଥିବା ବେଳେ ମଙ୍ଗଳବାର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲକୁ ଲୋକସଭାରେ ଆଗତ କରିଥିଲେ । ଏହି ବିଲର ନାମ ରହିଛି ନାରୀ ଶକ୍ତି ବନ୍ଦନ ଅଧିନିୟମ । ଉଭୟ ରାଜ୍ୟସଭା ଓ ଲୋକସଭାରେ ଏହି ବିଲ୍ ପାଶ ହେବା ପରେ ଅଧିକରୁ ଅଧିକ ମହିଳା ରାଜନୀତିରେ ପାଦ ଦେବେ ଆଗକୁ ବଢିବେ ମହିଳା ଆଗକୁ ବଢିବ ଦେଶ ।