ଓଡ଼ିଶା 365 (ବ୍ୟୁରୋ) : ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ପ୍ରମିଳା ମଲ୍ଲିକ। ବିଜେଡି ବିଧାୟିକା ତଥା ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଶାସକ ଦଳ ବାଚସ୍ପତି ପ୍ରାର୍ଥୀ କରିଛି । ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ କୌଣସି ଦଳ ପ୍ରାର୍ଥୀ ଦେଉନାହାନ୍ତି,ଫଳରେ ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । ସେପ୍ଟେମ୍ୱର୨୨ରେ ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ । ବିଞ୍ଛାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଗୁରୁବାର ନାମାଙ୍କନ ପତ୍ର ଦାଖଲ କରିବେ । ବାଚସ୍ପତି ପ୍ରାର୍ଥୀ ଘୋଷଣା ପରେ ପ୍ରମିଳା କହିଛନ୍ତି, ମୋ ଉପରେ ମୁଖ୍ୟମନ୍ତ୍ରୀ ଭରସା ରଖିଥିବାରୁ ମୁଁ ତାଙ୍କ ନିକଟରେ ଚିର ଋଣି । ମହିଳାଙ୍କୁ ବାଚସ୍ପତି ପ୍ରାର୍ଥୀ କରି ମହିଳାଙ୍କ ଦକ୍ଷତା ପ୍ରମାଣିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ନିରପେକ୍ଷ ଭାବେ ସବୁ ଦଳକୁ ନେଇ ଗୃହ ଚଳାଇବି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ।
ଓଡ଼ିଶା ବିଧାନସଭାର ପ୍ରଥମ ମହିଳା ବାଚସ୍ପତି ହେବେ ପ୍ରମିଳା ମଲ୍ଲିକ । ଶୁକ୍ରବାର ଠୁ ତାଙ୍କରି ଅଧ୍ୟକ୍ଷତାରେ ବିଧାନସଭାର ମୈାସୁମୀ ଅଧିବେଶନ ଅନୁଷ୍ଠିତ ହେବ । ଚଳିତ ବିଧାନସଭାରେ ତୃତୀୟ ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ଦାୟିତ୍ୱ ଗ୍ରହଣ କରିବେ। ୨୦୧୪ ସାଧାରଣ ନିର୍ବାଚନ ପରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରାଯାଇଥିଲା । ୨୦୨୨ ରେ ସୂର୍ଯ୍ୟ ପାତ୍ର ଇସ୍ତଫା ପରେ ବିକ୍ରମ କେଶରୀ ଆରୁଖ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆରୁଖ ଇସ୍ତଫା ଦେଇ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପର ଠୁ ବାଚସ୍ପତି ପଦବୀ ଖାଲି ପଡ଼ିଥିଲା । ବର୍ତ୍ତମାନ ବିଞ୍ଝାରପୁରର ବିଧାୟିକା ଅଛନ୍ତି ପ୍ରମିଳା । ସେ ଏହି ନିର୍ବାଚନ ମଣ୍ଡଳୀରୁ ଛଅ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ଜନତା ଦଳରୁ ଥରେ ଏବଂ ବିଜେଡିରୁ ପାଞ୍ଚ ଥର ନିର୍ବାଚନ ଜିତିଛନ୍ତି।