ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ନୂଆ ସଂସଦ ଭବନ । ଯାହା ସାରା ଦେଶରେ ଚହଳ ପକାଇଛି । ଗତ ସୋମବାର ଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ନୂତନ ସଂସଦ ଗୃହରେ କାର୍ୟ୍ୟ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମନ୍ତ୍ରୀମାନେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ଗତ ସୋମବାର ଦିନ ହୋଇଥିବା ବୈଠକରେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଯାହା ନାରୀମାନଙ୍କ ପାଇଁ ଏକ ଗର୍ବର କଥା । ଏଥିରେ ଅନେକ ମନ୍ତ୍ରୀ ମଣ୍ଟଳ ଯୋଗ ଦେଇଥିବାବେଳେ ବଲିଉଡର ଅନେକ ତାରକା ମଧ୍ୟ ନୂଆ ସଂସଦ ଉଦଘାଟନର ଐତିହାସିକ ମୂହୁର୍ତ୍ତର ସାମିଲ ହୋଇଥିଲେ । ବଲିଉଡ ଫିଲ୍ମ ‘ଥାଙ୍କ ୟୁ ଫର କମିଂ ‘ ର ଟିମ୍ ମଧ୍ୟ ନୂଆ ସଂସଦ ଭବନରେ ପ୍ରବେଶ କରିଥିଲେ। ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆର ଭାଇରାଲ ହେଉଛି ।
ସୂଚନା ଅନୁଯାୟୀ, ବର୍ତ୍ତମାନ ‘ଥାଙ୍କ ୟୁ ଫର କମିଂ ‘ର ଷ୍ଟାର କାଷ୍ଟ ସେମାନଙ୍କ ଚଳଚ୍ଚିତ୍ରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଭୂମି ପେଡନେକର, ଶେହନାଜ ଗିଲ, ଶିବାନୀ ବେଦୀ ଏବଂ ଡଲି ସିଂ ଟରୋଣ୍ଟୋ ଫିଲ୍ମ ଫେଷ୍ଟିଭାଲରେ ସେମାନଙ୍କ ଚଳଚ୍ଚିତ୍ରର ପ୍ରିମିୟରର ଏକ ଅଂଶ ହୋଇ ଫେରିଛନ୍ତି। ଏହି ସମୟରେ ଅଭିନେତ୍ରୀମାନେ ଦେଶର ନୂଆ ସଂସଦ ଗୃହରେ ପହଞ୍ଚି ଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଭୁମି, ଶେହନାଜ, ଡଲି ଏବଂ ଶିବାନୀ ନୂଆ ସଂସଦ ଭବନ ପରିସରରେ ବୁଲୁଥିବା ନଜର ଆସିଛନ୍ତି। ଏହି ସମୟରେ ଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ମଧ୍ୟ ସେମାନଙ୍କ ସହ ନଜର ଆସିଥିଲେ ।
ଗଣମାଧ୍ୟମ ଆଗରେ ଶାହନାଜ ଗିଲ କହିଛନ୍ତି ଯେ, ଦେଶର ନୂଆ ସଂସଦ ଭବନ ପରିଦର୍ଶନ କରିବାର ସୁଯୋଗ ପାଇଛି ଏବଂ ମୁଁ ଏଥିରେ ବହୁତ ଖୁସି। ମହିଳା ସଂରକ୍ଷଣ ବିଲ୍ ଦେଶର ମହିଳା ମାନଙ୍କ ପାଇଁ ଏକ ବିଶେଷ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏହାସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।