ଓଡ଼ିଶା 365 (ବ୍ୟୁରୋ): ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ହାତୀ ଉପଦ୍ରବ । କେତେବେଳେ ହାତୀ ଗାଁରେ ପସି ଘରଦ୍ୱାର ନଷ୍ଟ କରିବା ସହ ଧାନ ଚାଉଳ ଖାଇଯାଉଠି ତ କେଳେ ବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି । ତ ଆଉ କେତେବେଳା ହାତୀ-ମଣିଷ ଲଢେଇ ମଧ୍ୟରେ ହାତୀର ଜୀବନ ଯାଉଛି । ଅନେକ ସ୍ଥାନରେ ଖାଦ୍ୟ ଅନ୍ବେଶଣରେ ଆସି ଗାଁ ମୁହାଁ ହେଉଛନ୍ତି ହାତୀ ପଲ । ଆଜି ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବନ୍ତଳାରେ । ଆଜି ସକାଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି ।
ମୃତକ ବସଲା ଗାଁର ଭାବଗ୍ରାହୀ ଜେନା ବୋଲି ଜଣାପଡିଛି । ଭାବଗ୍ରାହୀ ଶୌଚ ହେବା ପାଇଁ ଘର ବାହାରକୁ ଯାଇଥିବାବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ସ୍ଥାନୀୟ ଲୋକ ହାତୀ ଉପଦ୍ରଵରୁ ରକ୍ଷା ଦାବି ନେଇ ବସଲା ଛକ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।