ଓଡ଼ିଶା 365 (ବ୍ୟୁରୋ): ପ୍ରେମ ଶାଶ୍ୱତ, ପ୍ରେମ ଚିରନ୍ତନ । ପ୍ରେମ କ୍ଷମା, ପ୍ରେମ ଦୟା । ପ୍ରେମର ପରିଭାଷା ସଂଜ୍ଞା ହୀନ । କେବେ ଏହା ଗଗନ ପରି ଅସୀମ ତ କେବେ ଏହା ସାଗର ପରି ଗଭୀର । ପ୍ରେମରେ ଜାତି,ଧର୍ମ,ବର୍ଣ୍ଣ, ଭେଦଭାବ କିଛି ନଥାଏ । କଥାରେ ଅଛି ଜୀବନରେ ଭଲ ଜୀବନ ସାଥିଟେ ମିଳିଗଲେ ଜୀବନ ଜିଇଁବା ସହଜ ହୋଇଯାଏ । ପ୍ରେମର ଅର୍ଥ ହେଉଛି ପରସ୍ପରକୁ ବୁଝିବା, ଖୁସିରେ ରହିବା,ଭଲ ସମୟ ଏକାଠି ବିତାଇବା ଆକୁ ହିଁ ପ୍ରେମ କୁହାଯାଏ । ହେଲେ ବର୍ତ୍ତମାନ ସମୟରେ ପ୍ରେମ ସମ୍ପର୍କକୁ ନେି ଅନେକ ଝଡ଼ ସୃଷ୍ଟି ହେଉଛି, ଯେଉିଁଥିପାଇଁ କଥା କଥାରେ ସମ୍ପର୍କ ଭାଙ୍ଗି ଯାଉଛି । ଏସବୁର ଅନେକ କାରଣ ରହିଛି ଆସନ୍ତୁ ଜାଣିବା ।
ମନ ପସନ୍ଦର ମଣିଷ: ନିଜ ପାର୍ଟନରଙ୍କୁ ନେଇ ଆମେ ବହୁଥର ବହୁତ ସ୍ବପ୍ନ ଦେଖିଥାଉ। ସମସ୍ତେ ଚାହାନ୍ତି ତାଙ୍କ ପାର୍ଟନର୍ ବହୁତ ସୁନ୍ଦର,ଭଲ ଏବଂ ସ୍ମାର୍ଟ୍ ହୁଅନ୍ତୁ। ସବୁବେଳେ ଆମ ଯତ୍ନ ନେଉ,ଆମକୁ ବହୁତ ଭଲ ପାଉ ହେଲେ ଯେତେବେଳେ ମନ ପସନ୍ଦର ପାର୍ଟନର ନମିଳେ ସେତେବେଳେ ସମ୍ପର୍କରେ ଦୂରତା ଆସିଥାଏ। ସବୁବେଳେ ଝଗଡ଼ା ଲାଗିରହିଥାଏ ଏବଂ ସମ୍ପର୍କ ଭାଙ୍ଗିଯାଇଥାଏ ।
ଜନସାଧାରଣଙ୍କ ସମ୍ମୁଖରେ ରୋମାନ୍ସ : କେତେକ ପ୍ରେମୀ ଯୁଗଳ ଜନସାଧାରଣଙ୍କ ସାମନାରେ ରୋମାନ୍ସ କରିଥାନ୍ତି। ଏହି ସବୁ କାର୍ଯ୍ୟ କଳାପରେ ସାଧାରଣ ଲୋକମାନେ ଅଶାନ୍ତ ହୋଇଥାନ୍ତି। ଯାହାପାଇଁ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।
ବୁଝିବା ଶକ୍ତି: ସମସ୍ତେ ଚାହାନ୍ତି ଯେ, ତାଙ୍କ ପାର୍ଟନର୍ ସବୁବେଳେ ତାଙ୍କୁ ଅଧିକ ସମୟ ଦିଅନ୍ତୁ । ଆଉ ଯେତେବେଳେ ସେମାନେ ସମୟ ନଦିଅନ୍ତି ତେବେ ସମ୍ପର୍କରେ ସନ୍ଦେହ ସୃଷ୍ଟି ହୋଇଥାଏ ଏବଂ ସମ୍ପର୍କ ଭାଙ୍ଗି ଯାଇଥାଏ । ଏହି ସମୟରେ ଆପଣଙ୍କୁ ବୁଝିବା ଦରକାର ଯେ, ଆପଣଙ୍କ ପାର୍ଟନରଙ୍କ ମଧ୍ୟ ନିଜର ଏକ ସାମାଜିକ ଜୀବନ ରହିଛି। ତାଙ୍କ ଜୀବନରେ ମଧ୍ୟ ଅନେକ ଲୋକ ଅଛନ୍ତି। ଯେପରି ଆପଣଙ୍କୁ ନିଜର ସାଙ୍ଗସାଥୀମାନଙ୍କ ସହ ବୁଲିବାର ଏବଂ ପାର୍ଟି କରିବାର ସଉକ ରହିଛି ସେହିପରି ତାଙ୍କର ମଧ୍ୟ ସେଇ ସଉକ ଥିବ । ତେଣୁ ସବୁବେଳେ ନିଜ ପାର୍ଟନରଙ୍କୁ ବୁଛିବା ପାଇଁ ଚେଷ୍ଟା କରନ୍ତୁ ।
ପୂର୍ବ ପାର୍ଟନରଙ୍କ ସହ ନିଜ ପାର୍ଟନରଙ୍କ ତୁଳନା: କେବେ ମଧ୍ୟ ନିଜ ପାର୍ଟନରଙ୍କ ତୁଳନା ଏକ୍ସଙ୍କ ସହ କରନ୍ତୁ ନାହିଁ । କାରଣ ଏପରି କଲେ ସମସ୍ତ ସୁଖ ଚାଲିଯାଇଥାଏ ଏବଂ ସମ୍ପର୍କ ମଧ୍ୟ ଭାଙ୍ଗିଯାଇଥାଏ। ସେଥିପାଇଁ ଆପଣଙ୍କ ପାର୍ଟନରଙ୍କ ଯେଉଁ ସବୁ ଭଲଗୁଣ ରହିଛି ତାକୁ ଚିହ୍ନନ୍ତୁ। ଭୁଲରେ କେବେ ବି ପୂର୍ବ ପାର୍ଟନରଙ୍କ ସହ ନିଜ ପାର୍ଟନରଙ୍କ ତୁଳନା କରନ୍ତୁ ନାହିଁ ।
ମୁଁ କାହିଁକି ବୁଝାଇବି,ସେ ବୁଝାଉ ମୋତେ: ଝଗଡ଼ା ସମସ୍ତ ପ୍ରେମୀ ଯୁଗଳଙ୍କ ମଧ୍ୟରେ ହୋଇଥାଏ, କେତେକ ଅଛନ୍ତି ପରସ୍ପର କଥା ହୋଇ ସମାଧାନ କରିନିଅନ୍ତି କିନ୍ତୁ କେତେ ଜଣ ନିଜ ଇଗୋ ପାଇଁ ମୁହଁ ଫୁଲାଇ ରୁହନ୍ତି। ଯେପରିକି ଆପଣଙ୍କର ବାର୍ଟନରଙ୍କ ସହ ଆପଣଙ୍କ ଝଗଡ଼ା ହୋଇଥିଲେ ଆପଣ ଚାହାନ୍ତି ସେ ଆସି ଆଗେ ଆପଣଙ୍କୁ ମନାନ୍ତୁ ଏବଂ ଆଗେ କଥା ହୁଅନ୍ତୁ। ଯଦି ସେ ଏହା କରୁନାହାନ୍ତି ତେବେ ଆପଣ ମଧ୍ୟ ଏହା କରିବେ ନାହିଁ ଏହା ଭାବି ଯେ ସେ ଆପଣଙ୍କୁ ଆଗେ ମନାଇବେ। ଏହି ଅଭ୍ୟାସକୁ ଆପଣ ତୁରନ୍ତ ପରିବର୍ତ୍ତନ କରନ୍ତୁ। ସମ୍ପର୍କରେ ଫାଟ ଏହି କଥାରୁ ଆରମ୍ଭ ହୋଇଥାଏ।
ଜୀବନସାଥୀ ହୁଅନ୍ତୁ ବିଶ୍ୱାଘାତକତା ନୁହେଁ: ସମ୍ପର୍କ ଭରସା ଏବଂ ବିଶ୍ବାସ ଯୋଗୁଁ ତିଷ୍ଠିପାରିଥାଏ । ଯଦି ଆପଣ ତାଙ୍କ ଫୋନ୍ ଚେକ୍ କରୁଥାନ୍ତି କି ତାଙ୍କୁ ସବୁବେଳେ ସନ୍ଦେହ କରୁଥାନ୍ତି ତେବେ ସାବଧାନ ହୋଇଯାନ୍ତୁ ନଚେତ୍ ସମ୍ପର୍କ ଭାଙ୍ଗିଯିବ। ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଆପଣଙ୍କ ସମ୍ପର୍କକୁ ମଜଭୁତ କରନ୍ତୁ ।