ଓଡ଼ିଶା 365 (ବ୍ୟୁରୋ): ଆଜି ମହିଳା ଆରକ୍ଷଣ ବିଲ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଉପରେ ଲୋକସଭାରେ ଜାରି ରହିଥିଲା ବିତର୍କ । ଏହି ସମୟରେ ପୂର୍ବତନ କଂଗ୍ରେସ କମିଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିଜ ବକ୍ତବ୍ୟ ରଖିଥିଲେ। ନିଜର ମତ ରଖି ସୋନିଆ କହିଛନ୍ତି କଂଗ୍ରେସ ମହିଳା ସଂରକ୍ଷଣ ବିଲକୁ ସମର୍ଥନ କରୁଛି । ପୂର୍ବରୁ ରାଜୀବ ଗାନ୍ଧୀ ଏହି ବିଲ୍ ଆଣିଥିଲେ । ଏହି ବିଲ୍ ଦ୍ୱାରା ରାଜୀବ ଗାନ୍ଧୀଙ୍କ ସ୍ୱପ୍ନ ପୂରଣ ହେବ । ୧୩ବର୍ଷ ହେବ ମହିଳାମାନେ ଅପେକ୍ଷା କରି ରହିଛନ୍ତି । ବିଲ୍ରେ ଓବିସି, ଏସସି, ଏସଟିଙ୍କୁ ବି ସାମିଲ କରାଯାଉ ।
ତେବେ ଏହାରି ମଧ୍ୟରେ ସୋନିଆ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ବି କରିଛନ୍ତି । ସେ କହିଛନ୍ତି, ଏତେ ବର୍ଷ ଧରି ମହିଳାମାନେ ରାଜନୈତିକ ନେତୃତ୍ୱ ନେବାକୁ ଅପେକ୍ଷା କରି ରହିଛନ୍ତି । ଏବେ ସେମାନଙ୍କୁ ଆହୁରି କାହିଁକି ଅପେକ୍ଷା କରିବାକୁ ପଡିବ । ଯଦି ବିଲ ଆଣୁଛ ତାହାଲେ ତୁରନ୍ତ ଲାଗୁ କରିବାକୁ ଅପିଲ କରାଯାଉ। ତେବେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଯଦି ଆଇନରେ ପରିଣତ ହୁଏ ତାହେଲେ ଏହାକୁ ଆଗାମୀ ଜନଗଣା ପରେ ୨୦୨୬ରୁଲାଗୁ କରାଯାଇପାରେ।