ଓଡ଼ିଶା 365 (ବ୍ୟୁରୋ) : ଆପଣ ସୁସ୍ଥ ରହିବା ପାଇଁ ସବୁ ପ୍ରକାର ସବୁଜ ପରିବା ଖାଇବା ପାଇଁ ପସନ୍ଦ କରିଥା’ନ୍ତି । କେବଳ ସବୁଜ ପରିବା ନୁହେଁ, ରାଶି ଲଡ଼ୁ ଖାଇବା ମଧ୍ୟ ଶରୀର ପାଇଁ ଭଲ । ଗୁଡ଼ ସହିତ ପ୍ରସ୍ତୁତ ହୋଇଥିବା ରାଶି ଲଡ଼ୁ ସ୍ୱାଦ ଲାଗିବା ସହ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାଯ୍ୟ କରିଥାଏ । ଏଥିପାଇଁ ଶୀତଦିନେ ରାଶି ଲଡୁକୁ ଡାଏଟରେ ସାମିଲ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥା’ନ୍ତି । ତା’ହେଲେ ଅ।ସନ୍ତୁ ଜାଣିବା ରାଶି ଲଡୁ ଖାଇଲେ ଶରୀରକୁ ଅନ୍ୟ କେଉଁସବୁ ଫାଇଦା ମିଳିଥାଏ । ରାଶି ଲଡୁରେ ଅନସାଚୁରେଟେଡ୍ ଫ୍ୟାଟ ପ୍ରଚୁର ମାତ୍ରାରେ ରହିଛି ।
ଫ୍ୟାଟକୁ ଭଲ ଫ୍ୟାଟ୍ ବୋଲି କୁହାଯାଇଥାଏ । ଗୁଡ଼ ହାର୍ଟକୁ ସୁସ୍ଥ ରଖିବା ସହ ଶରୀରରେ ଭଲ କୋଲେଷ୍ଟ୍ରଲ ମଧ୍ୟ ତିଆରି କରିଥାଏ । ଯଦି ଆପଣ ଡାଇବେଟିସ୍ ରୋଗୀ ତେବେ ରାଶି ଲଡୁ ନିଶ୍ଚିନ୍ତ ଖାଆନ୍ତୁ ।ଦୁର୍ବଳ ହାଡ଼ତୁ ମଜବୁତ କରିବା ପାଇଁ ରାଶି ଲଡୁ ସାହାଯ୍ୟ କରିଥାଏ । ନିୟମିତ ରାଶି ଲଡୁ ଖାଇଲେ ଶରୀରରେ କ୍ୟାଲସିୟମର ଅଭାବ ଦୂର ହୋଇଥାଏ । ଏଥିପାଇଁ ମହିଳାମାନଙ୍କୁ ରାଶି ଲଡୁ ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥା’ନ୍ତି । ରାଶିରେ କପର୍, ଜିଙ୍କ୍, ଆଇରନ୍, ଭିଟାମିନ୍ ବି୬, ଭିଟାମିନ୍-ଇ ଓ ସେଲେନିୟମ୍ ପରି ପୋଷକ ତତ୍ୱ ରହିଛି । ଅ।ହୁରି ମଧ୍ୟ ରାଶି ଖାଇଲେ ଇମ୍ୟୁନିଟି ପାୱାର ବୃଦ୍ଧି ପାଇଥାଏ |