ଓଡ଼ିଶା 365 (ବ୍ୟୁରୋ) : ଆଇସିସି ରାକିଂରେ ସେ ହାତେଇଛନ୍ତି ନୂଆ ତାଜ୍, ଦେଖିବାକୁ ମିଳିଛି ମିୟାଁ ମ୍ୟାଜିକ୍ । ସିରାଜ ବନିଛନ୍ତି ଦୁନିଆର ନଂ୧ ବୋଲର। ଏସିଆ କପ୍ ୨୦୨୩ ଫାଇନାଲ୍ରେ ଶ୍ରୀଲଙ୍କାକୁ ହରାଇ ଅଷ୍ଟମ ଥର ଏସିଆ କପ୍ ଚାମ୍ପିଅନ ହୋଇଛି ଭାରତ। ଦେଖିବାକୁ ମିଳିଥିଲା ସିରାଜଙ୍କ ବୋଲିଂ ଯାଦୁ। ଶ୍ରୀଲଙ୍କା ବିପକ୍ଷରେ ୬ ଓ୍ୱିକେଟ ନେଇ କରିଥିଲେ ବିଶ୍ୱ ରେକର୍ଡ । ଯାହା ଭାରତୀୟ ଦ୍ରୁତ ବୋଲରଙ୍କ ଦିନିକିଆରେ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ଟିମ୍ ଇଣ୍ଡିଆ ବିଜୟର ହିରୋ ସାଜିଥିଲେ ମହମ୍ମଦ ସିରାଜ । ପ୍ରଥମ ଭାରତୀୟ ବୋଲର ଭାବେ ମଧ୍ୟ ଦିନିକିଆ କ୍ରିକେଟରେ ଗୋଟିଏ ଓଭରରେ ୪ଟି ୱିକେଟ୍ ନେବାର ରେକର୍ଡ ତାଙ୍କ ନାଁରେ କରିବା ସହ ବିଶ୍ୱର ଦ୍ୱିତୀୟ ବୋଲର ଭାବେ ଏଭଳି ରେକର୍ଡ କରିଛନ୍ତି ସିରାଜ ।
ମହମ୍ମଦ ସିରାଜ୍ ଅଷ୍ଟ୍ରେଲିଆ ବୋଲର ଜୋଶ୍ ହେଜଲହୁଡଙ୍କ ରାଙ୍କିଂରେ ପଛରେ ପକାଇଥିଲେ । ନମ୍ୱର ୩ରେ ଥିଲେ ଟ୍ରେଟ୍ ବୋଲ୍ଟ । ସିରାଜ୍ ବର୍ତ୍ତମାନ ୬୯୪ ପଏଣ୍ଟ ହାସଲ କରିଛନ୍ତି । ପ୍ରଥମଥର ପାଇଁ ସେ ରାଙ୍କିଂରେ ସେ ଏଭଳି ରେକର୍ଡ କରିଛନ୍ତି । ବିଶ୍ୱକପ୍ ପୂର୍ବରୁ ସିରାଜ୍ ହାସଲ କରିଛନ୍ତି ଏହିଭଳି ଐତିହାସିକ ଉପଲବ୍ଧି । ସେହିପରି ନମ୍ୱର୧- ବ୍ୟାଟ୍ସମ୍ୟାନ୍ ତାଲିକାରେ ବାବର ଆଜମ ଏବଂ ନମ୍ୱର୧- ଅଲରାଉଣ୍ଡରେ ରହିଚନ୍ତି ଶାକିବ୍ ଉଲ୍ ହସନ । ଫାଇନାଲ ମ୍ୟାଚରେ ଜବରଦସ୍ତ ବୋଲିଂକରି ମିୟାଁ ଭାଇ ଭାରତୀୟଙ୍କ ମନଜିତିଥିବାବେଳେ ଖେଳ ଶେଷ ପରେ ମଧ୍ୟ ଦେଖାଇଛନ୍ତି ମହାନତା । ଆଗକୁ ଭାରତରେ ବିଶ୍ୱକପ ହେବାକୁ ଥିବାବେଳେ ସିରାଜଙ୍କ ପ୍ରଦର୍ଶନ ଉପରେ ରହିଛି ସଭିଙ୍କ ନଜର।