ଓଡ଼ିଶା 365 (ବ୍ୟୁରୋ): ମାଷ୍ଟରକ୍ୟାଣ୍ଟିନ କଂଗ୍ରେସ ଭବନ ନିକଟରୁ ଅଜଣା ଯୁବକର ମୃତଦେହ ଠାବ କରାଯାଇଛି। ଏହି ଯୁବକଜଣକ କିଏ ଏବଂ ଏଠାକୁ ତାଙ୍କର ମୃତଦେହ କେମିତି ଆସିଲା ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ଆସିନାହିଁ । ତେବେ ମୃତ ଯୁବକର ବୟସ ପାଖାପାଖି ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।
ସୂଚନାଯୋଗ୍ୟ, ଜଣେ ବ୍ୟକ୍ତି ପୋଲିସ ପାଖକୁ କଲ କରି କହିଥିଲେ କି କେହି ଜଣେ ଅଚେତ୍ ହୋଇ ଦିନ ପ୍ରାୟ ୧୧ଟାରୁ ପଡ଼ି ରହିଛି । ପୋଲିସ ଆସି ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି କହିଛନ୍ତି କ୍ୟାପିଟା ଥାନା ପୋଲିସ ଆଇଆଇସି ପାଣ୍ଡବ ପ୍ରଧାନ । ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି ଉକ୍ତ ବ୍ୟକ୍ତିଙ୍କ ଶରୀରରେ କୌଣସି କ୍ଷତର ଚିହ୍ନ ନାହିଁ । ତେବେ ସିସିଟିଭି ଫୁଟେଜକୁ ନେଇ ପୋଲିସ ତଦନ୍ତ କରୁଛି । ବ୍ୟକ୍ତି ଜଣକ କେମିତି ଏବଂ କାହା ସହିତ ଏଠାକୁ ଆସିଥିଲେ ସେ ନେଇ ସିସିଟିଭି ଯାଞ୍ଚ କରାଯିବ । ଶବକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ତେବେ ଯାହା ଶୁଣିବାକୁ ମିଳୁଛି, ସକାଳ ପ୍ରାୟ ୧୦ଟାରୁ ସାଢେ ୧୦ଟା ଭିତରେ କିଛି ବ୍ୟକ୍ତି ଏକ କାରରେ ଆସିଲେ ଏବଂ ମୃତଦେହକୁ ଏଠାରେ ଫିଙ୍ଗ ଦେଇଛନ୍ତି ।