ଓଡ଼ିଶା 365 (ବ୍ୟୁରୋ): ଗତକାଲି ଅର୍ଥାତ୍ ୧୯ ସେପ୍ଟେମ୍ବର ସମସ୍ତଙ୍କ ପାଇଁ ଏକ ଐତିହାସିକ ଦିନ । କାରଣ ଗତକାଲି ଦେଶର ନୂଆ ସଂସଦ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କ ମନ୍ତ୍ରୀମାନେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୁଇଟି ବଲିଉଡ ଡିଭା ମଧ୍ୟ ନୂଆ ସଂସଦ ଉଦଘାଟନର ଐତିହାସିକ ମୂହୁର୍ତ୍ତର ସାମିଲ ହୋଇଥିଲେ । ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀମଣ୍ଡଳ ତରଫରୁ ଗତ ସୋମବାର ଦିନ ହୋଇଥିବା ବୈଠକରେ ମହିଳା ସଂରକ୍ଷଣ ବିଲକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହାସହ ସଂସଦରେ ସ୍ଵତନ୍ତ୍ର ଭାବେ କିଛି ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏକ ଭିଡିଓରେ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ସେମାନଙ୍କୁ ମିଠା ଖୁଆଉଥିବାର ଦେଖିବାକୁ ମିଳିଛି । କଙ୍ଗନା ରାନାୱତ ଏବଂ ଇଶା ଗୁପ୍ତା ମଧ୍ୟ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ।
ମଙ୍ଗଳବାର ସଂସଦରେ ଉପସ୍ଥାପିତ ହୋଇଥିବା ମହିଳା ସଂରକ୍ଷଣ ବିଲକୁ ସମସ୍ତ କଳାକାରମାନେ ବେଶ ପ୍ରଶଂସା କରିବା ସହ ସମର୍ଥନ ଜଣାଇଛନ୍ତି, ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ ।ଏହାସହ ମିଠା ବାଣ୍ଟିବାବେଳେ ମନ୍ତ୍ରୀ କଙ୍ଗନାଙ୍କୁ ପଚାରିଥିଲେ ଯେ, ଆପଣ ପ୍ରଥମ ଥର ପାଇଁ ସଂସଦ ବୁଲିବାକୁ ଆସିଛନ୍ତି କି? କଙ୍ଗନା ହଁ ଭରିଥିଲେ । କଙ୍ଗନା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବହୁତ୍ ପ୍ରଶଂସା କରିଛନ୍ତି ଏବଂ ଏହା ସହିତ ଶାସକ ଦଳର ଏ ନୂତନ ସଂସଦର ପ୍ରଥମ ଅଧିବେଶନରେ ମହିଳା ସଶକ୍ତିକରଣ ଏବଂ ଉନ୍ନତି ବିଲକୁ ଗୁରୁତ୍ଵକୁ ସେ ବେଶୀ ପ୍ରସଂସା କରିଛନ୍ତି। ଆଉ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଚାହିଁଥିଲେ ଯେ କୌଣସି ପ୍ରସଙ୍ଗ ବାଛିଥାନ୍ତେ, କିନ୍ତୁ ସେ ମହିଳା, ଶିଶୁ, ବୃଦ୍ଧାଙ୍କୁ ପ୍ରାଥମିକତା ଦେଇଥିଲେ। ଏହାହିଁ ଥିଲା ପ୍ରଧାନମନ୍ତ୍ରୀଙ୍କ ସ୍ଵତନ୍ତ୍ରତା। କଙ୍ଗନାଙ୍କ ମୁହଁରୁ ଏପରି ଶୁଣି ସଭିଏଁ ଖୁସି ବ୍ୟକ୍ତ କରିଛନ୍ତି ।