ଓଡ଼ିଶା 365 (ବ୍ୟୁରୋ) : ଖଲିସ୍ତାନୀ ସମର୍ଥକ ହରଦୀପ ସିଂ ହତ୍ୟା ପଛରେ ଭାରତର ହାତ ଥିବା କାନାଡା ପ୍ରଧାନମନ୍ତ୍ରୀ ଅଭିଯୋଗ ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ମାତ୍ର ଶେଷରେ ଭାରତ ଆଗରେ ମୁଣ୍ଡ ନଇଁଛି କାନାଡା। ଗୋଟେପଟେ ବ୍ରିଟେନ,ଆମେରିକା,ଫ୍ରାନ୍ସ,ଅଷ୍ଟ୍ରେଲିଆ ଭଳି ରାଷ୍ଟ୍ରର ବିଶ୍ୱ ନେତା କାନାଡର ଏ ନିଷ୍ପର୍ତ୍ତିକୁ ବିରୋଧ ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଚେତାପଶିଛି। କାନାଡାର ଜନସାଧାରଣ ମାନେ ମଧ୍ୟ ତାଙ୍କୁ ବିରୋଧ କରିବା ସହ ସେ ଚରମ ପନ୍ଥୀ ମାନଙ୍କର ଖେଳନା ସାଜିଥିବା କହି ସୋସିଆଲ ମିଡିଆରେ ସମାଲୋଚନା କରିବା ସହ ଟ୍ରୁଡୋ ନିଜର ଦୂରଦୃଷ୍ଟି ଅପେକ୍ଷା ନିଜର ଅହଂଙ୍କାରକୁ ନେଇ କାର୍ଯ୍ୟ କରୁଛନ୍ତି ଯାହାର ପରିଣାମ ତାଙ୍କୁ ଆଗାମୀ ନିର୍ବାଚନରେ ଭୋଗିବାକୁ ପଡିବ । ପ୍ରଥମେ ଦୁଇ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ଏବେ କାନାଡା ଭାରତ ଆସୁଥିବା ତାର ପର୍ଯ୍ୟଟକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ମଧ୍ୟ ଜାରି କରିଛି । ଭାରତ ଗସ୍ତ ବେଳେ ସତର୍କ ରହିବାକୁ ନିଜ ନାଗରିକଙ୍କୁ ପରାମର୍ଶ ଦେଇଛି କାନାଡା। ଭାରତରେ ଅବସ୍ଥାପିତ କାନାଡା ଦୂତଙ୍କୁ ବହିଷ୍କାର କରିଥିଲା,୫ ଦିନ ମଧ୍ୟରେ ତାଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଭାରତର କଡା କାର୍ଯ୍ୟାନୁଷ୍ଠାନ ପରେ ନରମିଛି କାନାଡା। ଭାରତ ଏବଂ କାନାଡା ବିବାଦ ଭିତରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ କହିଛନ୍ତି ଆମେ ଏହାକୁ ବଢାଇବାକୁ ଚାହୁଁନାହୁଁ, ଭାରତ ହରଦୀପ ସିଂଙ୍କ ହତ୍ୟାକୁ ଗୁରୁତର ସହ ନେବା ଉଚିତ। ନୂଆଦିଲ୍ଲୀକୁ ଆମେ ଉସୁକାଇବାକୁ ଚାହୁଁନା, ଆମେ ଭାରତ ସରକାର ସହ ମିଶି କାର୍ଯ୍ୟ କରିବାକୁ ଚାହୁଁ ବୋଲି କହିଛନ୍ତି। ଭାରତର ବୈଦେଶିକ ମନ୍ତ୍ରଣାଳୟ କାନାଡାର ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିବା ସହ କହିଛନ୍ତି ଭାରତ ସରକାରଙ୍କୁ କାନାଡାର କୌଣସି ପ୍ରକାର ହିଂସା ସହ ଜଡିତ ବୋଲି ଅଭିଯୋଗ କରିବା ହାସ୍ୟାସ୍ପଦ । ଯଦି କାନାଡ-ଭାରତ ମଧ୍ୟରେୋ ଆଗକୁ ସମ୍ପର୍କ ବିଗିଡେ ତେବେ କାନାଡାର କ୍ଷତି ହେବ। କାନାଡା ଅଭିଯୋଗରେ ଭାରତ ସହ ବାଣିଜ୍ୟିକ ଡିଲ୍ର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି କହିଛି ବ୍ରିଟେନ୍। ସେପଟେ ବିରୋଧି ଦଳ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ମୋଦି ସରକାରଙ୍କ ସପକ୍ଷରେ ବାହାରିଛନ୍ତି। କହିଛନ୍ତି କନାଡ଼ା ଅଭିଯୋଗରେ କଂଗ୍ରେସ ଭାରତ ସରକାରଙ୍କ ସହ ଅଛି, ଦେଶ ହିତ ସର୍ବୋପରି ବୋଲି କହିଛନ୍ତି।