ଓଡ଼ିଶା 365 (ବ୍ୟୁରୋ): କଙ୍ଗନା ରଣାୱତ ବଲିଉଡର ଜଣେ ଆଗଧାଡିର ନାୟିକା । ଯେ ସବୁବେଳେ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଥାନ୍ତି । ବଲିଉଡରେ ଅନେକ ଅଭିନେତ୍ରୀଙ୍କ ମଧ୍ୟରୁ କଙ୍ଗନା ଜଣେ ସାହାସୀ ଓ ନିର୍ଭିକ ଅଭିନେତ୍ରୀ ଭାବରେ ବେଶ୍ ଜଣାଶୁଣା । ହେଲେ ଆପଣ ଜାଣନ୍ତି କି, ଏହି ଅଭିନେତ୍ରୀ ତାଙ୍କ ଜୀବନରେ ମଧ୍ୟ ଅନେକ ଯନ୍ତ୍ରଣାମୟ କାହାଣୀ ରହିଛି । ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ ବର୍ଷରେ କଙ୍ଗନା ୫ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିଲେ । ନିଜେ କଙ୍ଗନା ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଥିଲେ । ଯାହକୁ ଦେଖିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଲେଖିଥିଲେ ଯେ, ‘ଗତ ୧୨ମାସ ମଧ୍ୟରେ ମୋତେ ଡେଙ୍ଗୁ, କୋଭିଡ୍-ଡେଲଟା, କୋଭିଡ-ଓମିକ୍ରନ୍ ଏବଂ କୋଭିଡ + ସ୍ୱାଇନ୍ ଫ୍ଲୁ ହୋଇସାରିଛି । ମୁଁ ନିରନ୍ତର ଅସୁସ୍ଥ ରହିଥିଲି। ଯନ୍ତ୍ରଣାଦାୟକ ସମୟରେ ବେଳେବେଳେ ଆମେ ସମସ୍ତେ ଭାଙ୍ଗିପଡ଼ୁ ଏବଂ ଦୁର୍ବଳ ଓ ନିରାଶ ହୋଇଯାଉ । ହଁ, ବ୍ୟାଟମ୍ୟାନ୍ ଭଳି ଲୋକମାନେ ମଧ୍ୟ । ଚାଲନ୍ତୁ ଚାଲିବା, ଆଗକୁ ବଢ଼ିବା । ପାର୍ବଣ ଋତୁ ପାଇଁ ସମସ୍ତଙ୍କୁ ଅଭିନନ୍ଦନ।
ଏହା ପୂର୍ବରୁ କଙ୍ଗନା ଇନଷ୍ଟା ଷ୍ଟୋରୀରେ ନିଜକୁ ବ୍ୟାଟମ୍ୟାନ୍ ବୋଲି କହି ଲେଖିଥିଲେ ଯେ, ଏ କଥାରେ ସମସ୍ତେ ରାଜି ହେବେ ଯେ, ମୁଁ ବହୁତ ଅସଭ୍ୟ, ହିଂସ୍ର ଓ ଉଗ୍ର ଆଚରଣ ସମ୍ପନ୍ନ ମଧ୍ୟ । ମୁଁ ହିଂସାକୁ ଆଉ ହିଂସା ମୋତେ ଭଲପାଏ। ମୁଁ ଟିକିଏ ଖରାପ ଓ ବହୁତ ଜିଦି। ଏହା ସହ ମୁଁ ବହୁତ ଜ୍ଞାନୀ ମଧ୍ୟ। ଏହାକୁ କୁହନ୍ତି ବ୍ୟାଟମ୍ୟାନ୍, ତାହା ହେଉଛି ମୁଁ । ସେପଟେ ବର୍ତ୍ତମାନ କଙ୍ଗନା ଚନ୍ଦ୍ରମୁଖୀ ୨ ଫିଲ୍ମକୁ ନେଇ ବହୁତ ବ୍ୟସ୍ତ ଥିବା ଦେଖିବାକୁ ମିଳୁଛି । ଖବର ମୁତାବକ, ଫିଲ୍ମ ୨୮ ସେପ୍ଟେମ୍ବରରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହେଉଛି ।