ଓଡ଼ିଶା 365 (ବ୍ୟୁରୋ) : ଶାମିଙ୍କୁ ଜାମିନ। ଭାରତର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବିଶ୍ଵକପ୍ ପୂର୍ବରୁ ମିଳିଛି ବଡ଼ ଆଶ୍ଵସ୍ତି,ଯାହାକୁ ନେଇ ଫ୍ୟାନ୍ ଖୁସି ବ୍ୟକ୍ତ କରିଛନ୍ତି,ପ୍ରତିପକ୍ଷ ଦଳର ହୋସ ଉଡାନ୍ତି ଏହି ଭାରତୀୟ ଦ୍ରୁତ ବୋଲରଜଣଙ୍କ,ଏଥର ଭାରତରେ ବିଶ୍ୱକପ ହେଉଥିବାବେଳେ ଶାମି କମାଲ କରିବେ ବୋଲି କ୍ରିକେଟ୍ ପ୍ରଶଂସକ ଆଶା ରଖିଛନ୍ତି। ପତ୍ନୀଙ୍କୁ ନିର୍ଯାତନା ମାମଲାରେ କୋଲକାତାର ଅଲୀପୁର ଏସଜିଏମ କୋର୍ଟରୁ ତାଙ୍କୁ ଜାମିନ ମିଳିଛି । ଏହି ମାମଲାରେ ୩୦ ଦିନ ଭିତରେ ଶାମିଙ୍କୁ ଜାମିନ ଦିଆଯିବ ବୋଲି ଏସିଆ କପ୍ ପୂର୍ବରୁ କୋର୍ଟ କହିଥିଲେ।
ସେପ୍ଟେମ୍ବର ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ରେ ଆକ୍ସନ ମୋଡ଼ରେ ଶାମିଙ୍କୁ ଦେଖିବାକୁ ମିଳିବ। ଏହା ପରେ ବିଶ୍ଵକପ ଭାରତୀୟ ଦଳରେ ପ୍ରତିନିଧିତ୍ଵ କରିବେ ଭାରତର ଷ୍ଟାର ବୋଲର ମହମ୍ମଦ ଶାମି। ୨୦୧୮ରେ ଶାମି ଦକ୍ଷିଣ ଆଫ୍ରିକା ଗସ୍ତରୁ ଫେରିବା ପରେ ପତ୍ନୀ ହସିନ ଜହାଁଙ୍କ ସହ ବିବାଦ ଉପୁଜିଥିଲା। ପତ୍ନୀ ହସିନା ଫେସବୁକ୍ ଆକାଉଣ୍ଟରେ ଅନେକ ଫଟୋ ଓ ହ୍ଵାଟ୍ସଆପ୍ ସ୍କ୍ରିନସର୍ଟ ସେୟାର କରି ଶାମିଙ୍କ ବିରୋଧରେ ଅନ୍ୟ ଯୁବତୀଙ୍କ ସହ ଅବୈଧ୍ୟ ସଂପର୍କ ରଖିବାର ଆଣିଥିଲେ ଅଭିଯୋଗ ।