ଓଡ଼ିଶା 365 (ବ୍ୟୁରୋ) : ଆରମ୍ଭ ହୋଇଛି ଏସୀୟ କ୍ରୀଡ଼ା ପ୍ରତିଯୋଗିତା ୨୦୨୩, ୮ଅକ୍ଟୋବରରେ ଶେଷ ହେବ। ଏଥିରେ ପୁରୁଷ କ୍ରିକେଟ୍ ପ୍ରତିଯୋଗିତା ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଥିବାବେଳେ ଭାରତ ସିଧାସଳଖ କ୍ଵାର୍ଟର ଫାଇନାଲ୍ ଖେଳିବ ।ଭାରତୀୟ ଦଳ କ୍ଵାର୍ଟର ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୩ ତାରିଖରେ ଖେଳିବ। ସେହି ଦିନ ମଧ୍ୟ ପାକିସ୍ତାନ ମ୍ୟାଚ୍ ରହିଛି। ଏସୀୟ କ୍ରୀଡ଼ାରେ ଭାରତୀୟ ଦଳର ନେତୃତ୍ଵ ନେବେ ଋତୁରାଜ ଗାଏକଓ୍ଵାଡ଼। ପ୍ରଥମ ମ୍ୟାଚ୍ ନେପାଳ ଓ ମଙ୍ଗୋଲିଆ ମଧ୍ୟରେ ଖେଳାଯିବ। ଅକ୍ଟୋବର ୩ରେ ଭାରତ କ୍ଵାର୍ଟର ଫାଇନାଲ୍ ମୁକାବିଲା ଖେଳିବ। ଅକ୍ଟୋବର ୬ ସେମି ଫାଇନାଲ୍ ମ୍ୟାଚ୍ ଏବଂ ଅକ୍ଟୋବର ୭ରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ ।
ଭାରତୀୟ ମହିଳା ଦଳ ମଧ୍ୟ ସେପ୍ଟେମ୍ବର ୨୧ରେ ସିଧାସଳଖ କ୍ଵାର୍ଟର ଫାଇନାଲ୍ ଖେଳିବ। କେବଳ ଭାରତ ନୁହେଁ ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଦଳ ମଧ୍ୟ ସିଧାସଳଖ କ୍ଵାର୍ଟର ଫାଇନାଲ୍ ଖେଳିବେ। ଭାରତୀୟ ମହିଳା ଦଳ ଏବଂ ପାକିସ୍ତାନ ମହିଳା ଦଳ ସେପ୍ଟେମ୍ବର ୨୧ ତାରିଖରେ ମ୍ୟାଚ୍ ଖେଳିବେ। ଯଦି ଭାରତୀୟ ମହିଳା ଦଳ ବିଜୟୀ ହୁଏ ତେବେ ସେପ୍ଟେମ୍ବର ୨୪ ତାରିଖରେ ସେମି ଫାଇନାଲ୍ ମ୍ୟାଚ୍ ଖେଳିବ। ଏହା ପରେ ସେପ୍ଟେମ୍ବର ୨୫ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏସୀୟ କ୍ରୀଡ଼ାରେ ମହିଳା କ୍ରିକେଟ୍ରେ ପ୍ରଥମ ମୁକାବିଲା ଇଣ୍ଡୋନେସିଆ ଓ ମଙ୍ଗୋଲିଆ ମଧ୍ୟରେ ଖେଳାଯିବ।