ଓଡ଼ିଶା 365 (ବ୍ୟୁରୋ): ଦେବ ଆନନ୍ଦ ଯିଏ କି ବଲିଉଡକୁ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ହିଟ୍ ଚଳଚ୍ଚିତ୍ର ଦେଇ ନିଜର ଏକ ସ୍ୱତନ୍ତ୍ର କରିଚୟ ସୃଷ୍ଟି କରିଥିଲେ । ତାଙ୍କ ମୃତ୍ୟୁପରେ ବଲିଉଡକୁ ଏକ ଅପୂରଣୀୟ କ୍ଷତି ସହିବାକୁ ପଡ଼ିଥିଲା । ହେଲେ ବର୍ତ୍ତମାନ ମୁମ୍ବାି ସ୍ଥିତ ତାଙ୍କ ବଙ୍ଗଳା ବିକ୍ରି ହେବାକୁ ଯାଉଛି । ସେ ତାଙ୍କ ଘରକୁ ବହୁତ ଭଲପାଉଥିଲେ । ହେଲେ ତାଙ୍କ ମୃତ୍ୟୁ ପରେ ସେ ଘର ଖାଲି ପଡିଥିଲା । ତାଙ୍କ ସ୍ତ୍ରୀ, ପିଲା ଅନ୍ୟତ୍ର ସ୍ଥାନରେ ରହିବାରୁ ତାଙ୍କ ପରିବାର ତରଫରୁ ଏହି ବଙ୍ଗଳାକୁ ବିକ୍ରି କରାଯାଇଛି । ଦେବ ଆନନ୍ଦ ୧୯୫୦ ମସିହାରେ ଜୁହୁରେ ଏକ ଘର ନିର୍ମାଣ କରିଥିଲେ। ସେତେବେଳେ ଏଠାରେ ବହୁତ ଭିଡ଼ ନଥିଲା କିନ୍ତୁ ସବୁଜ ସ୍ଥାନ ଦ୍ୱାରା ଘେରି ରହିଥିବା ଏକ ନିର୍ଜନ ସ୍ଥାନ ୨୦୧୧ ରେ ଅଭିନେତାଙ୍କର ଦେହାନ୍ତ ହୋଇଥିଲା । ସେବେଠାରୁ ଏହି ଘରଟି ଖାଲି ପଡ଼ିଥିଲା। ସୂଚନା ଅନୁଯାୟୀ ଦେବ ଆନନ୍ଦଙ୍କ ପୁଅ ଆମେରିକାରେ ବସବାସ କରୁଥିବାବେଳେ ତାଙ୍କ ପତ୍ନୀ କଳ୍ପନା ସେମାନଙ୍କ ଝିଅଙ୍କ ସହ ଉଟିରେ ରୁହନ୍ତି।
ରିପୋର୍ଟ ମୁତାବକ, ଅଭିନେତାଙ୍କ ବଙ୍ଗଳା ଏକ ରିଏଲ୍ ଇଷ୍ଟେଟ୍ କମ୍ପାନୀକୁ ୪୦୦ କୋଟିରେ ବିକ୍ରି ହୋଇଛି। ଯେଉଁଠାରେ ଦେବ ଆନନ୍ଦଙ୍କ ବଙ୍ଗଳା ଅଛି। ତାହା ବର୍ତ୍ତମାନ ସହରର ଅନ୍ୟତମ ପ୍ରମୁଖ ସ୍ଥାନ ଅଟେ। ସେଠାରେ ବହୁ ପ୍ରସିଦ୍ଧ ସେଲିବ୍ରେଟ୍ ଏବଂ ଶିଳ୍ପପତି ରହୁଛନ୍ତି। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ସ୍ୱର୍ଗତ ଅଭିନେତାଙ୍କ ପରିବାର ମଧ୍ୟ ମହାରାଷ୍ଟ୍ରର ପାନଭେଲରେ କିଛି ଅତିରିକ୍ତ ସମ୍ପତ୍ତି ବିକ୍ରି କରିଛନ୍ତି। ବିକ୍ରୟରୁ ପ୍ରାପ୍ତ ଟଙ୍କା ଅଭିନେତା ପରିବାରର ତିନିଜଣ ସଦସ୍ୟଙ୍କ ମଧ୍ୟରେ ଭାଗ ହେବ ବୋଲି କୁହାଯାଇଛି ।