ଓଡ଼ିଶା 365 (ବ୍ୟୁରୋ): ଜେଇଇ ମେନ୍, ଏନଇଇଟି ୟୁଜି ପାଇଁ ହୋଇଛି ତାରିଖ ଘୋଷଣା। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଆଜି ଏନଟିଏ ପରୀକ୍ଷା କ୍ୟାଲେଣ୍ଡର ୨୦୨୪ ଜାରି କରାଯାଇଛି। ଏଣୁ ଆସନ୍ତା ବର୍ଷ ବିଭିନ୍ନ ପ୍ରବେଶିକା ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନେ nta.ac.in ରେ ଥିବା ଏନଟିଏର ଅଫିସିଆଲ ଓ୍ବେବସାଇଟରେ ପରୀକ୍ଷା ତାରିଖ ଯାଞ୍ଚ କରିପାରିବେ। ପ୍ରକାଶିତ ଏନଟିଏ କାର୍ଯ୍ୟସୂଚୀ ଅନୁଯାୟୀ ଯୁଗ୍ମ ପ୍ରବେଶିକା ମେନ୍ ପରୀକ୍ଷା ୨୦୨୪ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଜେଇଇ ମେନ୍ ୨୦୨୪ ସେସନ୍-୧ ୨୪ ଜାନୁଆରୀରୁ ୧ ଫେବୃଆରୀ ୨୦୨୪ ମଧ୍ୟରେ ଏବଂ ଜେଇଇ ମେନ୍ ସେସନ୍-୨ ପରୀକ୍ଷା ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୪ ମଧ୍ୟରେ ଅନୁଷ୍ଠିତ ହେବ। ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ନିଟ୍ (ୟୁଜି) ୨୦୨୪ ମେ ୫, ୨୦୨୪ ରେ ଲିଖିତ ଆକାରରେ ଓଏମଆର ସିଟରେ ପରୀକ୍ଷା ହେବ।
ସୂଚନାଯୋଗ୍ୟ ଯେ, ନିଟ୍ ୟୁଜି ପରୀକ୍ଷା ୨୦୨୪ର ରେଜଲ୍ଟ ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ। କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ – ଅଣ୍ଡର ଗ୍ରାଜୁଏଟ୍ ମେ’ ୧୫ରୁ ମେ’ ୩୧, ୨୦୨୪ ମଧ୍ୟରେ ଏବଂ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ, ପୋଷ୍ଟ ଗ୍ରାଜୁଏଟ୍ ମାର୍ଚ୍ଚ ୧୧ରୁ ମାର୍ଚ୍ଚ ୨୮ ମଧ୍ୟରେ ଅନୁଷ୍ଠିତ ହେବ। ପରୀକ୍ଷା ଶେଷ ହେବାର ତିନି ସପ୍ତାହ ମଧ୍ୟରେ ସମସ୍ତ ସିବିଟି ପରୀକ୍ଷା ଫଳ ଘୋଷଣା କରାଯିବ। ନିଟ୍ (ୟୁଜି) ୨୦୨୪ ପାଇଁ, ଫଳାଫଳ ଜୁନ୍ ୨୦୨୪ ଦ୍ୱିତୀୟ ସପ୍ତାହ ସୁଦ୍ଧା ଘୋଷଣା କରାଯିବ।