ଓଡ଼ିଶା 365 (ବ୍ୟୁରୋ): ଆଜି ଭାଦ୍ରବ ମାସ ଋଷି ପଞ୍ଚମୀ ତିଥି। ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ସଂଧ୍ୟା ଧୂପ ପରେ ସମ୍ପନ୍ନ ହେବ ମହାପ୍ରଭୁଙ୍କ ଦାହଲୀଳା ନୀତି। ସକାଳ ଧୂପ ବଢିବା ପରେ ମହାଲକ୍ଷ୍ମୀ ପାଲିଙ୍କିରେ ବିଜେ ହୋଇ ମାର୍କଣ୍ଡେୟଙ୍କ ମନ୍ଦିରକୁ ଯାଇଥାନ୍ତି । ସେଠାରେ ମହାଲକ୍ଷ୍ମୀଙ୍କୁ ମାଜଣା ଓ ବନକଲାଗି କରାଯିବା ପରେ ପାଳିଆ ସେବାୟତ ଋଷି ପଞ୍ଚମୀ କଥା ବ୍ୟାଖ୍ୟା କରିବାର ପରମ୍ପରା ରହିଛି । ଆଜି ସପ୍ତପୁରୀ ଅମାବାସ୍ୟା, ଶ୍ରୀଜିଉଙ୍କୁ ଲାଗି ହେବ ସପ୍ତପୁରୀ ପିଠା ଏହା ପରେ ସପ୍ତଋଷିଙ୍କୁ ଫଳ ଭୋଗ କରାଯାଇଥାଏ । ଶେଷରେ ଶୀତଳ ଭୋଗ କରାଯିବା ପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥାନ୍ତି ।
ଶ୍ରୀକ୍ଷେତ୍ରର ଅଧିବାସୀ ଆଜି ଋଷି ପଞ୍ଚମୀ ବ୍ରତ ପାଳନ କରୁଥିବା ବେଳେ ଏହା ଦ୍ୱାରା ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଶ୍ରୀକୃଷ୍ଣ ଜନ୍ମ ଅବସରରେ ଆଜି ଶ୍ରୀମନ୍ଦିରରେ ଦାହ ଲୀଳା ନୀତି ମଧ୍ୟ ଅନୁଷ୍ଠିତ ହେବ ।