ଓଡ଼ିଶା 365 (ବ୍ୟୁରୋ): ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯିବା ଦାବିରେ ଅକ୍ଟୋବର ୩ରେ ଓଡ଼ିଶା ବନ୍ଦ ଡାକରା ଦେଲା ଶ୍ରୀଜଗନ୍ନାଥ ସେନା । ଓଡ଼ିଶାର ଆରାଧ୍ୟ ଶ୍ରୀ ଜଗନ୍ନାଥ ଓ ତାଙ୍କ ଭକ୍ତଙ୍କ ପାଇଁ ଗୋଟିଏ ଦିନ ଅଖଚକ ବନ୍ଦ କରାଯିବାର ଆହ୍ୱାନ ଦିଆଯାଇଛି। ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ବନ୍ଦ ଡାକରା ସମ୍ପୂର୍ଣ୍ଣ ଶାନ୍ତି ପୂର୍ଣ୍ଣ ଭାବରେ ପାଳନ କରାଯିବ ବୋଲି କୁହାଯାଇଛି।
ଆଗାମୀ ରଥଯାତ୍ରା ପୂର୍ବରୁ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତିକୁ ଜଗନ୍ନାଥ ସେନା ବିରୋଧ କରିଛି। ଭିତର ରତ୍ନଭଣ୍ଡାରର ସ୍ଥିତି ଅତ୍ୟନ୍ତ ଖରାପ ରହିଛି । ଶ୍ରୀମନ୍ଦିର ପ୍ରଶାସନ ଏବଂ ଏଏସଆଇ ରିପୋର୍ଟ ଦେଇଛି ହେଲା ତାକୁ ଖୋଲି ମରାମତି କରାଯାଉନାହିଁ। ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ କହି ସରକାର ଭକ୍ତଙ୍କୁ ଭୂଆଁ ବୁଲାଉଥିବା ପ୍ରେସ୍ ବିଜ୍ଞପ୍ତିରେ ଶ୍ରୀଜଗନ୍ନାଥ ସେନା ତରଫରୁ କୁହାଯାଇଛି। ତେଣୁ ଆସନ୍ତା ମାସ ଅକ୍ଟୋବର ୩ ତାରିଖରେ ଓଡ଼ିଶା ବନ୍ଦ କରାଯିବ।