ଓଡ଼ିଶା 365 (ବ୍ୟୁରୋ) : ନୂଆଁଖାଇ ପର୍ବ ଅତି ନିଆରା ଓ ତାର ରହିଛି ଅନେକ ସ୍ବତନ୍ତ୍ରତା । ଆଜି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏନେଇ ଚଳଚଞ୍ଚଳ ପୁରା ପଶ୍ଚିମ ଓଡିଶା । ବିଶେଷ କରି ସମଗ୍ର ପଶ୍ଚିମ ଓଡିଶାର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି । ଅନେକତା ମଧ୍ୟରେ ଏକତା ଓ ଭାଇ ଚାରାର ବର୍ଗ ନୂଆଁଖାଇ । ଆଉ ନୂଆଁଖାଇକୁ ନେଇ ସମଗ୍ର କଳାହାଣ୍ଡି ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଆରାଧ୍ୟ ଦେବୀ ମା’ ଲଙ୍କେଶ୍ବରୀଙ୍କ ଠାରେ ନବାନ୍ନ ଲାଗି ହୋଇଛି ।ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ଆରାଧ୍ୟ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଠାରେ ସକାଳ ୭ ଘଣ୍ଟା ୨୮ ମିନିଟ ସମୟରେ ନବାନ୍ନ ଲାଗି ହୋଇଥିବା ବେଳେ ସାଧାରଣ ଲୋକେ ମା’ଙ୍କ ଠାରେ ଅର୍ପଣ ହୋଇଥିବା ନୂଆ ଚୁଡାକୁ ଖାଇ ନୂଆଁଖାଇ ପାଳିଥାନ୍ତି । ଜନସାଧାରଣ ଦିନ ୯ଟା ରୁ ୧୧ଟା ମଧ୍ୟରେ ନୂଆଁଖାଇ ପାଳିବା ନେଇ ଲଗ୍ନ ଧାର୍ଯ୍ୟ ମଧ୍ୟ ହୋଇଥାଏ ।
ନୂଆଁଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପାରିକ ପର୍ବ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ, ଗଣେଶ ଚତୁର୍ଥୀର ପରଦିନ ପାଳିତ ହୋଇଥାଏ । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବା ପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ପୂର୍ବରୁ “ଲଗନ” ବା “ତିଥି” ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି ।
ନୂଆଖାଇଁ ପର୍ବର ଏକ ବିଶେଷତା । ଅଧିଷ୍ଟାତ୍ରୀ ଦେବୀଙ୍କ ନିକଟରେ ନବାନ୍ନଲାଗି ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଢୋଲ ନିଶାର ତାଳେ ତାଳେ କମ୍ପିବ ଗାଁଠୁ ସହର, ମତୁଆଲା ପଶ୍ଚିମ ଓଡିଶାବାସୀ । ତେବେ ଆଜିର ଦିନରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ, ପରେ ସଅଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମ କରି ଅମଳ କରିଥିବା ଧାନକୁ ଆଜି ଇଷ୍ଟଦେବୀଙ୍କ ଠାରେ ସମର୍ପଣ କରିଥାଏ । ଯାହାକୁ ପଶ୍ଚିମ ଓଡିଶାରେ କୁହାଯାଏ ନୂଆଁଖାଇ ।ପଶ୍ଚିମ ଓଡିଶାର କଳା, ସଂସ୍କୃତି, ପରମ୍ପରା, ଚାଲି-ଚଳଣ ଏବଂ ସର୍ବୋପରି ଭାବାହେଗ ସହିତ ଓତଃପ୍ରୋତଭାବେ ଜଡିତ । ଏହା କେବଳ ଏକ ପାରମ୍ପରିକ ପର୍ବ ନୁହେଁ ବରଂ ଭ୍ରାତୃତ୍ବ ଓ ଏକତାର ପର୍ବ । ଯିଏ ଯେଉଁଠି ଥାଉ ନା କାହିଁକି ଆଜିର ଦିନରେ ସମସ୍ତେ ଘରକୁ ଫେରି ନୂଆଁଖାଇ ପାଳନ କରନ୍ତି । ନୂଆଁଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରିଥାନ୍ତି ।
ବହୁ ପୁରୁଣା ପରମ୍ପରା ବୋଲି ଇତିହାସକାର କୁହନ୍ତି । ଏହା କେବେ ଆରମ୍ଭ ହୋଇଥିଲା କେହି ସ୍ପଷ୍ଟ ଭାବେ କହିପାରନ୍ତି ନାହିଁ । ତେବେ ୧୫୫୬ ମସିହାରେ ଚୌହାନ ବଂଶୀୟ ରାଜା ବଳରାମ ଦେବ ସମ୍ବଲପୁରକୁ ନିଜର ରାଜଧାନୀ କରି ହୀରାଖଣ୍ଡ ରାଜ୍ୟ ସ୍ଥାପନ କରିବା ପରେ ମା’ ସମଲେଶ୍ବରୀଙ୍କୁ ଇଷ୍ଟଦେବୀ ଭାବେ ପୂଜା କରିଥିଲେ । ଏଥିସହ ଆଦିବାସୀଙ୍କ ନୂଆଁଖାଇ ପରମ୍ପରାକୁ ଆପଣାଇ ଥିଲେ । ଏଭଳି ଭାବେ ଆର୍ଯ୍ୟ ଓ ଆଦିବାସୀ ସଂସ୍କୃତିର ସମ୍ମିଶ୍ରଣ ହୋଇଥିଲା ।