ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ନାଗା ଚୈତନ୍ୟ ଓ ସାମନ୍ଥା ରୁଥ ପ୍ରଭୃଙ୍କ ଯୋଡ଼ି । ଛାଡପତ୍ର ପରେ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି ନାଗା-ସାମନ୍ଥା । ଏହି ଖବର ଶୁଣି ଫ୍ୟାନ୍ସମାନଙ୍କ ଦିଲ୍ ଖୁସ୍ ହୋଇଯାଇଛି । ସୋସିଆଲ ମିଡିଆରେ ମଧ୍ୟ ଏହା ବେଶ୍ ଭାଇରାଲ୍ ହେଉଛି । ସୂଚନା ଅନୁଯାୟୀ, ଇନଷ୍ଟାଗ୍ରାମରେ ସମାନ୍ଥା, ନାଗାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ପୂର୍ବରୁ ସାମନ୍ଥାଙ୍କ ପେଜରେ ନାଗାଙ୍କର କୌଣସି ଫଟୋ ଦେଖିବାକୁ ମିଳୁନଥିଲା । ହେଲେ ବର୍ତ୍ତମାନ ନାଗା-ସାମନ୍ଥାଙ୍କ ଫଟୋ ସାମନ୍ଥାଙ୍କ ପେଜରେ ଦେଖିବାକୁ ମିଳୁଛି । ନିଜେ ସାମନ୍ଥା ତାଙ୍କ ପେଜରେ ଏହି ଫଟୋଟି ସେୟାର କରିଛନ୍ତି । ଏହି ଫଟୋଟି ଦୁହିଁଙ୍କ ବିବାହ ସମୟର, ସାମନ୍ଥା, ନାଗାଙ୍କ ଗାଲରେ କିସ୍ ଦେଉଥିବାର ଏଥିରେ ଦେଖିବାକୁ ମିଳିଛି। ଏହା ବ୍ୟତୀତ ଫଟୋଟି ସେୟାର କରିବାବେଳେ ସାମନ୍ଥା ଲେଖିଥିଲେ ଯେ, “ଜନ୍ମଦିନର ଶୁଭେଚ୍ଛା, ମୋର ସବୁକିଛି । ମୁଁ ୱିସ୍ ମାଗେ ନାହିଁ, ମୁଁ ପ୍ରତିଦିନ ପ୍ରାର୍ଥନା କରେ ଯେ ଭଗବାନ ତୁମକୁ ସବୁ କିଛି ଦିଅନ୍ତୁ ।“ ଏହା ୨୦୧୭ରେ ନାଗାଙ୍କ ଜନ୍ମଦିନରେ ସାମନ୍ଥା ଏହି ପୋଷ୍ଟ ସେୟାର କରିଥିଲେ । ବର୍ତ୍ତମାନ ଏହି ଫଟୋଟି ସାମନ୍ଥାଙ୍କ ଇନଷ୍ଟା ପେଜରେ ପୁଣି ଥରେ ପ୍ରଶଂସକମାନେ ଦେଖି ଖୁସି ହୋଇଛନ୍ତି ।
ପୂର୍ବରୁ ୨୦୧୭ ରେ ନାଗା ଚୈତନ୍ୟ-ସାମନ୍ଥା ପ୍ରଭୁ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ମାତ୍ର ୪ ବର୍ଷ ମଧ୍ୟରେ ହିଁ ସେମାନଙ୍କର ବିବାହ ବନ୍ଧନ ଶେଷ ହୋଇଯାଇଥିଲା ।ଦୁହେଁ ନିଜର ଇନ୍ଷ୍ଟାଗ୍ରାମ ପେଜରେ ଲେଖିଥିଲେ ଯେ , ଅନେକ ଚିନ୍ତା କରିବା ପରେ ସ୍ୱାମୀ-ସ୍ତ୍ରୀ ରୂପେ ସମ୍ପର୍କ ଶେଷ କରିବାକୁ ଆମେ ନିଷ୍ପତ୍ତି ନେଇଛୁ । ଆମେ ବେଶ୍ ଭାଗ୍ୟଶାଳୀ ଯେ, ଦଶ ବର୍ଷରୁ ଅଧିକ ଦିନ ଧରି ଆମ ବନ୍ଧୁତ୍ୱ ଥିଲା । ଆମ ସମ୍ପର୍କ ବେଶ୍ ଭିନ୍ନ । ପରସ୍ପର ଅଲଗା ହେବା ପରେ ମଧ୍ୟ ସର୍ବଦା ଭଲ ବନ୍ଧୁ ହୋଇ ରହିବୁ’। ଏଭଳି ଅସୁବିଧା ସମୟରେ ସମର୍ଥନ କରିବା ପାଇଁ ଏବଂ ଆମକୁ ଆଗକୁ ବଢ଼ିବାକୁ ଦେବା ପାଇଁ ତଥା ପ୍ରାଇଭେସି ଦେବା ଲାଗି ପ୍ରଶଂସକ, ମିଡିଆ ଓ ଶୁଭଚିନ୍ତକଙ୍କୁ ଅନୁରୋଧ କରି ଅକ୍ଟୋବର ୨, ୨୦୨୧ରେ ପାରସ୍ପରିକ ସମ୍ମତି ନେଇ ଉଭୟ ପରସ୍ପର ଠାରୁ ଛାଡପତ୍ର ନେଇଥିଲେ । ଯାହା ଫ୍ୟାନ୍ସମାନଙ୍କୁ ବଡ଼ ଝଟକା ଦେଇଥିଲା ।
ସେପଟେ କିଛିଦିନ ତଳେ ନାଗାର୍ଜୁନ ତାଙ୍କ ପୁଅ ନାଗା ଚୈତନ୍ୟଙ୍କ ପାଇଁ ଦ୍ୱିତୀୟ ବିବାହ ଯୋଜନା କରୁଛନ୍ତି ବୋଲି ଚର୍ଚ୍ଚା ହେଉଥିଲା । କୁହାଯାଉଥିଲା ଯେ, ଜଣେ ବ୍ୟବସାୟୀଙ୍କ ଝିଅଙ୍କୁ ନାଗା ଦ୍ୱିତୀୟ ବିବାହ କରିବେ । ହେଲେ ସାମନ୍ଥାଙ୍କ ଏହି ପୋଷ୍ଟକୁ ଦେଖିି ଲାଗୁଛି ଯେ ନାଗା ଦ୍ୱିତୀୟ ବିବାହ କରିବେ ନା ପୁଣି ଥରେ ନାଗା- ସାମନ୍ଥା ଏକାଠି ହେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।