ଓଡ଼ଶା 365 (ବ୍ୟୁରୋ) : ଦେଶରେ ଭାଇଚାରା ବଢିଲେ ବିକଶିତ ଭାରତର ମୂଳଦୂଆ ହେବ ମଜବୁତ ଏଭଳି କହି ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଁଖାଇ ପର୍ବ ସମସ୍ତଙ୍କୁ ମିଳିମିଶି ରହିବାର ସନ୍ଦେଶ ଦେଇଛନ୍ତି । ସଭିଏଁ ମିଳିମିଶି ରହିଲେ ହିଁ ପରିବାର, ସମାଜ ଏବଂ ଦେଶରେ ଭାଇଚାରା ବଢିବ । ଦେଶରେ ଭାଇଚାରା ବଢିଲେ ହିଁ ଆମର ବିକଶିତ ଭାରତର ମୂଳଦୁଆ ମଜବୁତ୍ ହେବ ।
ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଲାଗି ଭାରତ ବସୁଧୈବ କୁଟୁମ୍ବକମ୍ ନୀତିକୁ ପ୍ରଧାନ୍ୟ ଦେଇଆସୁଛି । ସମସ୍ତେ ମିଳିମିଶି ନୂଆଁଖାଇର ଭାଇଚାରା ବାର୍ତ୍ତାକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ ଦେବା ସହ ମା ସମଲେଉଙ୍କ ନିକଟରେ ସଭିଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
କହିରଖୁ କି, ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଚାଷୀ ତାର ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ । ଏଥିପାଇଁ ଘରେ ଘରେ ଚାଲିଛି ପିଠାପଣା ପ୍ରସ୍ତୁତି । ନିର୍ଦ୍ଧାରିତ ଲଗ୍ନ ଅନୁସାରେ ପଶ୍ଚିମ ଓଡିଶାର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ସକାଳ ୧୦ଟା ୨୭ ରୁ ୧୦ଟା ୪୨ ମଧ୍ୟରେ ମାଙ୍କ ନିକଟରେ ନବାନ୍ନ ଲାଗି ହେବ । ନୂଆଁଲାଗି ସାରିବା ପରେ ପରିବାର ସହ ଏକାଠି ନୂଆଁଖାଇବେ ପଶ୍ଚିମ ଓଡ଼ିଶାବାସୀ ।