ଓଡ଼ିଶା ୩୬୫ (ବ୍ୟୁରୋ): ଘରୋଇ ଖବରକାଗଜ ସଂସ୍ଥା ସମ୍ବାଦରେ ହୋଇଥିବା ଇଓଡବ୍ଲୁ ରେଡକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏହାରି ଭିତରେ ବିଜେପିର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସମ୍ବାଦରେ ହୋଇଥିବା ରେଡ୍ ପ୍ରାୟୋଜିତ । ପ୍ରେସମିଟରେ ସମୀର ମହାନ୍ତିଙ୍କ କଡା ସମାଲୋଚନା । ଗଣତନ୍ତ୍ରର କଣ୍ଠରୋଧ କରିବାକୁ ଅପଚେଷ୍ଟା । ପ୍ରଶ୍ନ ପଚାରିବାରୁ ପ୍ରାୟୋଜିତ ରେଡ୍ କରାଯାଇଛି । ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଏହା ଗ୍ରହଣୀୟ ନୁହେଁ । ଏହା ଦୁର୍ଭାଗ୍ୟଜନକ, ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଗଣତନ୍ତ୍ରର ହତ୍ୟା କରାଯାଉଛି, ଯାହା ଆଦୌ ଗ୍ରହଣୀୟ ନୁହେଁ । ପ୍ରତିଶୋଧ ରାଜନୀତିର ପରମ୍ପରା ସୃଷ୍ଟି କରାଯାଉଛି । ପ୍ରଶ୍ନ ପଚାରିବାର ଅଧିକାରକୁ ନାଲିଆଖି ଦେଖାଇ କ୍ଷୁଣ୍ଣ କରାଯାଉଛି ।
ସେପଟେ, ବରିଷ୍ଠ ବିଜେପି ନେତା ପୃଥ୍ୱିରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି । ଯେଉଁ ସରକାର ଏବଂ ରାଜନୈତିକ ଦଳ ସମାଲୋଚନା ସହି ପାରେନି ସେ ସରକାର ଏକଛତ୍ରବାଦ ଶାସନ ବୋଲି କୁହାଯାଏ । ପ୍ରତିହିଂସା ପରାୟଣ ବନ୍ଦ କରନ୍ତୁ ସରକାର । ଦେଶରେ ଜରୁରୀକାଳିନ ପରିସ୍ଥିତ ବେଳେ ଯେମିତି ଗଣମାଧ୍ୟମର କଣ୍ଠରୋଧ କରାଯାଇଥିଲା ଏବେ ସେମିତି ପରିସ୍ଥିତି ସୃଷ୍ଟି କରାଯାଉଛି ।