ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସବ୍ୟସାଚୀ- ସୁପ୍ରିୟାଙ୍କ ଯୋଡ଼ି । ପ୍ରଥମ ଥର ପାଇଁ ଏ ଦୁହିଁଙ୍କ ଯୋଡ଼ି ଦେଖିବାକୁ ମିଳିଛି । ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଗଣେଶ ପୂଜାରେ ୨୦୨୩ର ବହୁପ୍ରତୀକ୍ଷିତ ଓଡ଼ିଆ ଛବି ‘ପୁଷ୍କରା’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ‘ପୁଷ୍କରା’ର ପ୍ରିମିଅର୍ ସୋ’ ରାଜଧାନୀର ମହାରାଜା ସିନେମା ହଲରେ ଜାରି ରହିଛି। କିଛି ଦିନ ତଳେ ‘ପୁଷ୍କରା’ର ଟ୍ରେଲରରେ ନାୟକ ସବ୍ୟସାଚୀଙ୍କ ବିଭିନ୍ନ ରୂପ ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ଦର୍ଶକମାନେ ଦିୱାନା ହୋଇଯାଇଥିଲେ । ତାଙ୍କର ବିଭିନ୍ନ ଲୁକ ଦର୍ଶକଙ୍କ ମନଙ୍କୁ ଛୁଇଁଥିଲା ।
କେତେବେଳେ ସେ ଗଞ୍ଜେଇ ଟାଣୁଛନ୍ତି, ତ ପୁଣି କେତେ କେତେବେଳେ ସମୁଦ୍ରକୂଳରେ ଶୋଇଛନ୍ତି, ତ ଆଉ କେତେବେଳେ ସାଗରର ଢେଉ ତାଙ୍କ ଉପରକୁ ମାଡ଼ି ଆସିଛି। ଏଥିରେ ଓଲିଉଡର ଗ୍ଲାମରସ୍ ନାୟିକା ସୁପ୍ରିୟାଙ୍କୁ ବି ଦେଖିବାକୁ ମିଳିଥିଲା। ଏହା ସବ୍ୟସାଚୀ-ସୁପ୍ରିୟା ଯୋଡ଼ିଙ୍କର ପ୍ରଥମ ସିନେମା।ଏଥିରେ ଚୌଧୁରୀ ବିକାଶ ଦାସ ଓ ଅଶ୍ରୁମୋଚନ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସେପଟେ ‘ପୁଷ୍କରା’ ତାଙ୍କ କ୍ୟାରିଅରକୁ ନୂଆ ମୋଡ଼ ଦେବ ବୋଲି ସବ୍ୟସାଚୀ ଆଶା ପ୍ରକାଶ କରିଛନ୍ତି ଏବଂ ଫିଲ୍ମକୁ ଦର୍ଶକୀୟ ସମର୍ଥନ ମିଳିବ ବୋଲି ପୁରା ଟିମ୍ ଆଶା ବାଦୀ ବସିଛି ।