ଓଡ଼ିଶା365(ବ୍ୟୁରୋ):ଗଣେଶ ପୂଜାରେ ନରାଜରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୨ ଗୁରୁତର। ସୂଚନା ଅନୁଯାୟୀ, ଛାତ୍ରମାନେ ଏକ ଟ୍ରାକ୍ଟରରେ ଗଣେଶ ପୂଜା ପାଇଁ ଗଣେଶ ମୂର୍ତ୍ତି ନେବା ସମୟରେ ୩ ଜଣ ଛାତ୍ର ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଥିଲେ। ଦୁଇ ଗୁରୁତରଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ତେବେ ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।