ଓଡ଼ିଶା365(ବ୍ୟୁରୋ):ସୁନ୍ଦରଗଡ଼ ସହର ନିକଟ ସୁବଳୟା ଜଙ୍ଗଲରୁ ଭୋଜପୁର ଦେଇ ଏକ ୬ଟିକିଆ ହାତୀପଲ ରାଜ୍ୟ ରାଜପଥ-୧୦ ବିଜୁ ଏକ୍ସପ୍ରେସ ୱେ ଅତିକ୍ରମ କରି ସବଡେଗା ଅଞ୍ଚଳରେ ପ୍ରବେଶ କରିଥିବା ଜଣଆପଡ଼ିଛି। ଗତକାଲି ସନ୍ଧ୍ୟାରେ ହାତୀପଲ ରାସ୍ତା ପାର ହେଲାବେଳେ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ରହିଥିଲା। ହାତୀମାନେ କାହାର କିଛି କ୍ଷୟକ୍ଷତି ନକରି ରାସ୍ତା ଅତିକ୍ରମ କରିଥିଲେ। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଥିଲେ । ହାତୀପଲ କାହାର କୌଣସି କ୍ଷୟକ୍ଷତି କରିନଥିବା ଜଣାପଡ଼ିଛି ।