ଓଡ଼ିଶା 365 (ବ୍ୟୁରୋ): ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ଜମି ବିବାଦକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି କୋର୍ଟ । ବିବାଦ ମଧ୍ୟରେ ଥିବା ଏହି ଜମିକୁ ନେଇ ହିନ୍ଦୁପକ୍ଷଙ୍କୁ ମିଳିଛି ବଡ଼ ସଫଳତା । ବାଙ୍କେ ବିହାରୀ ଶ୍ରୀକୃଷ୍ଣ ମନ୍ଦିରର ଜମିକୁ କିଛି ବର୍ଷ ତଳେ ମୁସଲିମ ସମ୍ପ୍ରଦାୟ କବର ସ୍ଥାନ ଜମି କହି ନେଇଯାଇଥିଲେ । ଯାହାକୁ ମୁଲାୟମ ସରକାର ପ୍ରଦାନ କରିଥିଲେ । ଏହାକୁ ନେଇ କୋର୍ଟରେ ଚାଲିଥିଲା ମାମଲା । ଶେଷରେ ଶ୍ରୀ ବାଙ୍କ ବିହାରୀ ସେବା ଟ୍ରଷ୍ଟକୁ ମିଳିଛି ଜମି । ମନ୍ଦିର ଟ୍ରଷ୍ଟର ଅଭିଯୋଗ ଆଧାରରେ ଚାଲିଥିଲା ମାମଲା । ଆହ୍ଲାବାଦ ହାଇକୋର୍ଟ ମଥୁରା ତହସିଲ ଦାରଙ୍କୁ ଜମି ରେକର୍ଡ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବହୁ ଦିନରୁ ବାଙ୍କେ ବିହାରୀ ମହାରାଜଙ୍କ ନାମରେ ପ୍ଲଟ୍ ନଂ ୧୦୮୧ଜମି ରେକର୍ଡରେ ରହିଥିଲା ।
ମାତ୍ର ରାଜସ୍ୱ ଅଧିକାରୀଙ୍କ ସହ ମିଶି ଭୋଲା ଖାନ ୨୦୦୪ମସିହାରେ ସେହି ଜମିର କିଛି ଅଶଂକୁ ଶ୍ମଶାନ ଜମି ନାମରେ ପଞ୍ଜୀକୃତ କରିଥିଲେ। ମନ୍ଦିର ଟ୍ରଷ୍ଟ ଏବିଷୟରେ ଜାଣିବା ପରେ ଆପତ୍ତି ଉଠାଇଥିଲେ। ସାତଜଣିଆ କମିଟି ଏନେଇ ଅନୁସନ୍ଧାନ କରିବା ପରେ ଜାଣିବାକୁ ପାଇଥିଲେ କବରଟି ଭୁଲ ପଞ୍ଜିକୃତ ହୋଇଛି। ଏହା ସତ୍ତ୍ୱେ ମଧ୍ୟ ବାଙ୍କ ବିହାରୀଙ୍କର ନାମ ଜମିରେ ରେକର୍ଡ ହୋଇନାହିଁ । ପରବର୍ତ୍ତୀ ସମୟରେ ଏନେଇ ଏକ ପିଟିସନ ଦାଖଲ କରାଯାଇଥିଲା। ତୁଷ୍ଟିକରଣ ରାଜନୀତି କରିବାକୁ ସମାଜବାଦୀ ପାର୍ଟି ସରକାରରେ ଥିବାବେଳେ ଭଗବାନ କୃଷ୍ଣଙ୍କ ନାମରେ ଥିବା ଜମିକୁ ମୁସଲିମ ପକ୍ଷଙ୍କୁ ପ୍ରଦାନ କରିଥିଲେ । ଯାହାକି ଆଇନ ଅନୁସାରେ ବେନିୟମ । ଜଷ୍ଟିସ ଶ୍ରୀବାସ୍ତବ ଏହି ମାମଲାର ଶୁଣାଣୀ କରି କହିଛନ୍ତି ୨୦୦୪ ମସିହାରେ ରାଜସ୍ୱ ରେକର୍ଡରେ ମନ୍ଦିର ଜମିର ମାଲିକାନା ପରିବର୍ତ୍ତନ କରାଯାଇଥିଲା। ଯାହା କି ନିୟମ ବାହାରେ ହୋଇଛି ।
ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶର ମଥୁରା ତହସିଲଦାରଙ୍କୁ ୨୦୦୪ ମସିହାରେ କାବ୍ରିସ୍ତାନ ନାମରେ ରାଜସ୍ୱ ରେକର୍ଡରେ କିପରି ବଦଳାଯାଇଥିଲା ସେ ସମ୍ବନ୍ଧରେ ଏକ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ବେଆଇନ ଭାବେ କରାଯାଇଥିବା ରାଜସ୍ୱ ପରିବର୍ତ୍ତନକୁ ପୁଣି ସଂଶୋଧନ କରିବାକୁ ନିର୍ଦ୍ଦେଶ ଦେବାକୁ ନେଇ ମନ୍ଦିର ଟ୍ରଷ୍ଟ କୃଷ୍ଣଙ୍କ ବିଜୟ କହିଛନ୍ତି । ଆଗାମୀ ଦିନରେ ଏହି ବିବାଦୀୟ ସ୍ଥାନର ଜମି ବାଙ୍କବିହାରୀଙ୍କ ନାମକୁ ଜମି ଫେରିବ ବୋଲି ଆଶା ରଖିଛନ୍ତି ମନ୍ଦିର କର୍ତ୍ତୃପକ୍ଷ। ଅଯୋଧ୍ୟା ପରେ କାଶୀ ଏବଂ ମଥୁରା ମନ୍ଦିର ଜମିକୁ ନେଇ ବର୍ଷ ବର୍ଷ ଧରି ବିବାଦ ଲାଗି ରହିଛି । ତେବେ ନ୍ୟାୟାଳୟ ହିଁ ଏହି ବିବାଦର ସମାଧାନ କରିପାରିବ ବୋଲି ଦୁଇ ପକ୍ଷ ପକ୍ଷରୁ କୁହାଯାଇଛି ।