ଓଡ଼ିଶା 365 (ବ୍ୟୁରୋ) : ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରିଛି ୧୫ ଜଣିଆ ଦଳ । ଏସିଆ କପ୍ ୨୦୨୩ର ଟାଇଟଲ୍ ଜିତିବା ପରେ ସେପ୍ଟେମ୍ବର ୨୨ରୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ ଭାରତୀୟ ଦଳ । ପ୍ରଥମ ୨ଟି ଏବଂ ଶେଷ ଦିନିକିଆ ପାଇଁ ଭିନ୍ନ ଦଳ ଘୋଷଣା କରାଯାଇଛି। ପ୍ରଥମ ଦୁଇଟି ଦିନିକିଆରେ ରୋହିତ ଶର୍ମା, ବିରାଟ କୋହଲି, ପରି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ କେଏଲ ରାହୁଲଙ୍କୁ ଅଧିନାୟକ,ରବୀନ୍ଦ୍ର ଜାଡ଼େଜାଙ୍କୁ ମିଳିଛି ଉପ ଅଧିନାୟକ ଦାୟିତ୍ୱ।କିନ୍ତୁ ତୃତୀୟ ଦିନିକିଆରେ ବିଶ୍ରାମ ପାଇଥିବା ଖେଳାଳି ଦଳକୁ ଫେରିବା ସହ ହିଟମ୍ୟାନ୍ ରୋହିତ ଶର୍ମା ଅଧିନାୟକ ଦାୟିତ୍ଵ ସମ୍ଭାଳିବେ ।
ଦିନିକିଆ କ୍ରିକେଟ୍ରେ ରବିଚନ୍ଦ୍ରନ ଅଶ୍ଵିନଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ଟି ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ୨୨ ସେପ୍ଟେମ୍ବରରେ ମୋହାଲିରେ, ଦ୍ୱିତୀୟ ମ୍ୟାଚ୍ ୨୪ରେ ଇନ୍ଦୋରରେ,ତୃତୀୟ ତଥା ସିରିଜର ଶେଷ ମ୍ୟାଚ୍ ୨୭ରେ ରାଜକୋଟରେ ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପରେ ବିଶ୍ୱକପ୍ ଖେଳିବ ଟିମ ଇଣ୍ଡିଆ। ବିଶ୍ୱକପରେ ଟିମ୍ ଇଣ୍ଡିଆର ପ୍ରଥମ ମ୍ୟାଚ୍ ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ଭାରତ ।