ଓଡ଼ିଶା 365 (ବ୍ୟୁରୋ) : ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଧରାପୃଷ୍ଟରେ ଅବତରଣ କରିଛନ୍ତି ଗଜାନନ । ଚଳଚଞ୍ଚଳ ପୁର ପଲ୍ଲୀ । ସବୁଛି ଚାଲିଛି ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା । ବିଶେଷ କରି ରାଜଧାନୀ ଭୁବନେଶ୍ବର, ଜଟଣୀ ଓ ତାଳଚେରେ ଧୁମଧାମରେ ପୂଜା କରାଯାଉଛି ।ତେବେ ଗଣେଶ ପୂଜା ପାଇଁ ସଜେଇ ହେଲାଣି ସହର ବଜାର । ସହରର ଗଳି କନ୍ଧିରେ ଶୋଭା ପାଉଛି ଭଳିକି ଭଳି ବହୁ ଛୋଟ ବଡ ଗଣେଶ ମୂର୍ତ୍ତି l
ଏହି କ୍ରମରେ କଟକ ତୁଳସୀପୁର ଅଞ୍ଚଳରେ ଗଢା ହୋଇଥିବା ୧୫ ଫୁଟର ମୂର୍ତ୍ତି ଏବେ ପାଲଟିଛି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ l ଏଠାରେ ମୂର୍ତ୍ତିଟିକୁ ଆକାର ଦେଇଛନ୍ତି କିଛି ଦିବ୍ୟାଙ୍ଗ କାରିଗର l ସେମାନଙ୍କ କାରିଗରି ବିଦ୍ୟାରେ ଗଣେଶଙ୍କ ମୂର୍ତ୍ତି ଏଠି ଜୀବନ୍ତ ହୋଇଉଠିଛି l ସେମାନଙ୍କ ତୂଳିରୁ ଗଢାହୋଇଛି ଆଖି ଝଲସି ଉଠିଲା ଭଳି ଆର୍କଷଣୀୟ ମୂର୍ତ୍ତିଟିଏ ।
ମୂର୍ତ୍ତିଟି ଦେଖିବାକୁ ଯେତିକ ସୁନ୍ଦର ହୋଇଛି ସେତିକି ମନୋରମା ମଧ୍ୟ l କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଏହି ମୁର୍ତ୍ତି ସଭିଁଙ୍କ ମନ ମୋହି ନେଉଛି l ମୂର୍ତ୍ତିଟି ଏତେ ମନୋଲଭା ହୋଇଛି ଯେ ଦେଖିବା ଲୋକ କାରିଗରମାନଙ୍କ ତାରିଫ ନକରି ରହିପାରୁନାହଁନ୍ତି l ଆଖପାଖ ଅଞ୍ଚଳରେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ଦିବ୍ୟାଙ୍ଗଙ୍କ ଏହି କାରିଗରୀ ଜ୍ଞନ କୌଶଳ l