ଓଡ଼ିଶା 365 (ବ୍ୟୁରୋ) : ଜୁହାର । ଆରୁ ଦିନ ଦୁଇଟା ପରେ ନୂଆଖାଇ । ଆଏବା ବୁଧବାର ଦିନ ପଶ୍ଚିମ ଓଡି଼ଶାର ଘରେ ଘରେ ଇ କୃଷି ଭିତ୍ତିକ ପରବ ପାଲନ୍ ହେବା। ଆର ଇଥିର ଲାଗି ସବୁ ପ୍ରକାର ପ୍ରସ୍ତୁତି ବି ଶେଷ ପର୍ଯ୍ୟାନେ ପହଂଚିଛେ । ନୂଆଖାଇ ଲାଗି ଗାଁ ଠାନୁ ସହର ସବୁଆଡେ ଉତ୍ସାହ ଦେଖବାର ମିଲିଛେ । ମା ମାନେ ଘର ଦ୍ବାର ସଫା ସୁତରା କରବାର ସାଙ୍ଗେ ପାରମ୍ପରିକ ପୂଜା ଉପକରଣ କେ ବି ମାଜି ଘସି କରି ରେଡି କରି ରଖଲେନ । ଘରେ ମାଏଟ ଲିପା କାମ ଆରୁ କଲର ମରା ବି ସରିଗଲାନ । ଠିକ ହେନ୍ତା ଚୁରା କୁଣ୍ଡା ପ୍ରସ୍ତୁତ କରବାର ଲାଗି ମାଟି ହାଣ୍ଡି ଆରୁ ବିଭିନ ସାମଗ୍ରି ବି ଜୁଗାଡ ହେଇ ସାରଲାନ । ବାସ ଖାଲି ଆଏବା ୨୦ ତାରିଖ ବୁଧବାର କେ ଅପେକ୍ଷା ଅଛେ ।
ନୂଆଖାଇ ହେଉଛି ପଶ୍ଚିମ ଓଡ଼ିଶାର ଗୁଟେ ଗଣପର୍ବ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ନୂଆଖାଇ ପରବ କେ ସମସ୍ତେ ଆନନ୍ଦ ଉଲ୍ଲାସ ନେ ପାଲନ କରସନ୍ । ଇ ମହାନ ପରବ ଭୁଦୋ ମାସର ଶୁକ୍ଲପକ୍ଷ ପଂଚମି ତିଥିନେ ପାଲନ ହେସି । ଚାଷୀଭାଇ ଗୁଟେ ବର୍ଷର ଅମଲ ହେଇଥିବା ପହେଲା ଶସ୍ୟର ଅନ୍ନ ପ୍ରସ୍ତୁତ କରି କରି ଭକ୍ତି ସହକାରେ ଇଷ୍ଟ ଦେବୀଙ୍କର ପାୋଖ ଅର୍ପଣ କରସି । ଆଉ ବରସ ତମାମ ସୁଖ ସମୃଦ୍ଧିର କାମନା କରସି । ଖାଲି ଚାଷି ବୋଲି ନାଇଁ, ସବୁ ବର୍ଗର ଲୋକମାନେ ଇ-ପରବ କେ ଧୂମଧାମ ନେ ପାଲନ କରସନ । ଇ- ବଡଖା ପରବ ଦିନ ଖେତୁ ଧାନ ଆନିକରି ଚୁରା କୁଣ୍ଡା ପ୍ରସ୍ତୁତ କରସନ । ଇତାର ସାଙ୍ଗେ ଖିରି, ପିଠା,ମଣ୍ଡା ଆରୁ କେତନି କେତେ ଆଇଟମ ତିଆରି କରି ଇଷ୍ଟଦେବୀଙ୍କର ଠାନେ ଲଗନ ଅନୁସାରେ ଭୋଗ ଲଗାସନ । ଇଷ୍ଟଦେବୀଙ୍କର ଠାନେ ଭୋଗ ଲାଗି ସାରଲା ପରେ, ସମସ୍ତେ ଖାଏବାର ଆରମ୍ଭ କରସନ।
ତାର ପରେ ଆରମ୍ଭ ହେସି ନୂଆଖାଇ ଭେଟଘାଟ। ପହେଲା ମାହାପୁରୁ ପାଖେ ମୁଣ୍ଡିଆ ମାରବାର ପରେ ଲୋକମାନେ ନିଜର ନିଜର ଭିତରେ ଶୁଭେଚ୍ଛା ଦିଆନିଆ ହେସନ । ଛୋଟ ମାନେ ବଡ ମାନଙ୍କୁ ଜୁହାର କରକରି ସମ୍ନାନ ଜନାସନ । ଆଉ ବଡମାନେ ସାନ ମାନଙ୍କୁ ଆର୍ଶିବାଦ ଦେଇକରି ମଙ୍ଗଲ କାମନା କରସନ । ଇତାର ପରେ ଆରମ୍ଭ ହେସି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ । ଯେନଥିରେ ଆଦିବାସୀ ନାଚ ଗାନା, ଡାଲଖାଇ, ରସରକେଲି ଆରୁ ମାଅଲାଝଡ ଭଲିଆ ଅନେକ ପାରମ୍ପରିକ ନାଚଗାନାନେ ପଶ୍ଚିମ ଓଡ଼ିଶାବାସି ସାମିଲ ହେସନ । ଆଉ ସାମିଲ ହେଇକରି ଖୁସି ମନାସନ । ଇଥର ବି ନୂଆଖାଇ ବନେ ଧୁମଧାମରେ ପାଲନ ହେବା ବଲି ଆଶା କରୁଛେଁ । ଆପଣ ମାନଙ୍କୁ ସମସ୍ତଙ୍କୁ ନୂଆଖାଇର ଅନେକ ଶୁଭେଚ୍ଛା ଆଓ ଶୁଭକାମନା ଜନଉଛେଁ । ଜୟ ମା ସମଲେଇ ।