ଓଡ଼ିଶା 365 (ବ୍ୟୁରୋ) :ଶରୀର ସୁସ୍ଥ ରହିବା ପାଇଁ ସନ୍ତୁଳିତ ଆହାର ଜରୁରୀ । ସେଥିପାଇଁ ଖାଦ୍ୟରେ ବିଭିନ୍ନ ପ୍ରକାରର ଫଳ ଓ ପନିପରିବାକୁ ସାମିଲ୍ କରିବା ଉଚିତ୍ । ହେଲେ ଆପଣ ଜାଣନ୍ତି କି, ପ୍ରତ୍ୟେକ ଫଳର କିଛି ନା କିଛି ବିଶେଷତ୍ୱ ରହିଥାଏ । ଯାହାଦ୍ୱାରା ଲୋକମାନେ ଏହାକୁ ପସନ୍ଦ କରିଥାନ୍ତି । ସେମିତି ଏକ ଫଳ ହେଉଛି ଆଭୋକାଡୋ, ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ । ଏହା ପୋଷକ ତତ୍ତ୍ୱରେ ଭରପୁର । ଯାହା ପାଚନ ତନ୍ତ୍ରଠାରୁ ଆରମ୍ଭ କରି ମଧୁମେହ ଓ ହୃଦ୍ଘାତ ତଥା ମସ୍ତିଷ୍କ ପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ ।
ଆଭୋକାଡୋ ଲିପଡ୍ ପ୍ରୋଫାଇଲ୍ରେ ସୁଧାର ଆଣିବା ସହ ହୃଦୟକୁ ସୁରକ୍ଷାତ୍ମକ ବଳୟ ଦେଇଥାଏ । ନିୟମିତ ୫ ସପ୍ତାହ ଆଭୋକାଡୋ ଖାଇବା ଦ୍ୱାରା ବଢିଥିବା ଲିପିଡ୍ ପ୍ରୋଫାଇଲ୍ ସ୍ତରକୁ କମ୍ କରାଯାଇପାରେ । ଟ୍ରାଇଗ୍ଲିସରାଇଡସ୍ ଏବଂ ଏଲ୍ଡିଏଲ୍କୁ କମ୍ କରି ଏଚ୍ଡିଏଲ୍କୁ ବଢାଇଥାଏ ।ଡାଏଟ୍ରେ ଆଭୋକାଡୋକୁ ସାମିଲ୍ କରିବା ଦ୍ୱାରା ରକ୍ତରେ ଶର୍କରା ସ୍ତର ଅଧିକ ବଢି ନଥାଏ । ଦିନକୁ ଅଧା ଆଭୋକାଡୋ ଖାଇବା ଦ୍ୱାରା ଶର୍କରାର ବୃଦ୍ଧିକୁ ନିୟନ୍ତ୍ରିତ କରାଯାଇପାରିବ । ନିୟମିତ ଖାଇବା ଦ୍ୱାରା ଏହା ପେଟର ଚର୍ବି ଓ ଅନ୍ତଃନଳୀରେ ଜମୁଥିବା ଚର୍ବିକୁ ମଧ୍ୟ କମ୍ କରିଥାଏ । ଅନ୍ତଃନଳୀରେ ଜମୁଥିବା ଚର୍ବି ମଧୁମେହର କାରଣ ସାଜିଥାଏ ।