ଓଡ଼ିଶା 365 (ବ୍ୟୁରୋ): ପ୍ରତ୍ୟେକ ଧର୍ମ ଏବଂ ସଂସ୍କୃତିରେ ଭିନ୍ନ ଭିନ୍ନ ରୂପରେ ସ୍ୱସ୍ତିକ ଚିହ୍ନକୁ ବ୍ୟବହାର କରାଯାଏ । କେବଳ ଭାରତରେ ନୁହେଁ, ବିଶ୍ୱର ପ୍ରତ୍ୟେକ ଦେଶରେ ସ୍ୱସ୍ତିକ ଚିହ୍ନକୁ ବିଭିନ୍ନ ରୂପରେ ବ୍ୟବହାର କରାଯାଇଥାଏ । ‘ସୁ’ ଏବଂ ‘ଅସ୍ତି’ର ମିଶ୍ରଣରେ ହିଁ ସ୍ୱସ୍ତିକ ଶବ୍ଦ ଉତ୍ପନ କରାଯାଇଛି । ‘ସୁ’ର ଅର୍ଥ ଶୁଭ ଏବଂ ‘ଅସ୍ତି’ର ଅର୍ଥ ଅଛି । ସ୍ୱସ୍ତିକ ଅର୍ଥାତ୍ କୁଶଳ ଏବଂ କଲ୍ୟାଣ । ହିନ୍ଦୁ ଧର୍ମରେ ସ୍ୱସ୍ତିକକୁ ଶକ୍ତି, ସୌଭାଗ୍ୟ, ସମୃଦ୍ଧି ଏବଂ ମଙ୍ଗଳର ପ୍ରତୀକ ବୋଲି ମାନିଥାନ୍ତି । ପ୍ରତ୍ୟେକ ମାଙ୍ଗଳିକ କାର୍ୟ୍ୟରେ ସ୍ୱସ୍ତିକ ଚିହ୍ନ କରାଯାଇଥାଏ । ସେ ଦୋକାନ ହେଉ ଅବା ଘର ସବୁଠି ଅତି ସୁନ୍ଦର ଓ ସଠିକ୍ ଭାବରେ ସ୍ୱସ୍ତିକ ଚିହ୍ନ ଲେଖାଯାଏ । ସ୍ୱସ୍ତିକ ମଧ୍ୟରେ ଥିବା ଚାରୋଟି ବିନ୍ଦୁରେ ଗୌରୀ, ପୃଥ୍ୱୀ, କଚ୍ଛପ ଏବଂ ଅନନ୍ତ ଦେବତା ବାସ କରିଥାନ୍ତି ।
ହେଲେ ଆପଣ ଜାଣନ୍ତି କି, ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ଏପରି ଏକ ଗଣେଶ ମନ୍ଦିର ରହିଛି ଯେଉଁଠାରେ ଓଲଟା ସ୍ୱସ୍ତିକ ଲେଖିବାର ପରମ୍ପରା ରହିଛି । ଏହି ମନ୍ଦିରଟି ୧୭୦୦ ଖ୍ରୀଷ୍ଟାଦ୍ଦରେ ନିର୍ମାଣ କରାଯାଇଥିଲା ।
ଏହି ମନ୍ଦିରର ପୂଜାରୀ କୁହନ୍ତିକି ଏଠାରେ ଓଲଟା ସ୍ୱସ୍ତିକ ଲେଖିଲେ ଶ୍ରୀଗଣେଶ ଏଠାକୁ ଆସୁଥିବା ସମସ୍ତ ଭକ୍ତଙ୍କ ମନବାଂଛା ପୂରଣ କରିଥାନ୍ତି । ଏବଂ ନିସନ୍ତାନ ମାନଙ୍କୁ ସନ୍ତାନ ହେବାର ଶୁଭଫଳ ମିଳିଥାଏ । ଆଶ୍ଚର୍ଯ୍ୟ କଥା ହେଉଛି ଭକ୍ତ ମାନଙ୍କ ମନବାଂଛା ପୂରଣ ହେବାପରେ ଭକ୍ତମାନେ ସ୍ୱସ୍ତିକ ଚିହ୍ନକୁ ସିଧା କରି ଲେଖିଥାନ୍ତି ।