ଓଡ଼ିଶା 365 (ବ୍ୟୁରୋ) : ସଂସଦର ସ୍ୱତନ୍ତ୍ର ଅଧିବେସନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କୁ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଟଳ ଜୀଙ୍କ ଏକ କବିତାକୁ ଦୋହରାଇ ମୋଦି କହିଛନ୍ତି, ରାଜନୈତିକ ପାର୍ଟି ଆସିବେ ଯିବେ । ସରକାର ଗଠନ ହେବ, ଭାଙ୍ଗିବ । କିନ୍ତୁ ଦେଶ ସବୁବେଳେ ରହିବା ଦରକାର । ଅଟଳ ଜୀଙ୍କ ଏକି କବିତାକୁ ସଂସଦରେ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୋମବାର ସଂସଦର ସ୍ୱତନ୍ତ୍ର ଅଧିବେସନ ଆରମ୍ଭ ହୋଇଛି । ଲୋକସଭା ବାଚସ୍ପତି ଓମ ବିର୍ଲା ସ୍ୱାଗତ ଭାଷଣ ଦେଇ ସଂସଦର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଲୋକସଭା ବାଚସ୍ପତିଙ୍କୁ ଧନ୍ୟବାଦ ଭାଷଣ ଜଣାଇ କାର୍ଯ୍ୟକ୍ରମର ପରିଚାଳନା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଏହି ସମୟରେ ଜି-୨୦ ଶିଖର ସମ୍ମିଳନୀର ସଫଳତା ବିଷୟରେ ଆଲୋଚନା ଆରମ୍ଭ କରିଛନ୍ତି । ସେ କହିଛନ୍ତି, ସେ କହିଛନ୍ତି ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରି ଭାରତ ଗର୍ବିତ ଅନୁଭବ କରୁଛି । ଏହା ସହ ଜି-୨୦ ଶିଖର ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରୁଥିବା ସମୟରେ ଦକ୍ଷିଣ ଆଫ୍ରିକା ଜି-୨୦ ସଂଗଠନର ସ୍ଥାୟୀ ସଦସ୍ୟତା ପାଇଛି । ଏହି ମୁହୁର୍ତ୍ତକୁ କେବେ ଭୁଲି ହେବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।