ଓଡ଼ିଶା 365 (ବ୍ୟୁରୋ) : ଅଧିକାଂଶ ଲୋକେ ଗୁଡର ମଧୁରତାକୁ ପସନ୍ଦ କରନ୍ତି । ଏହା ଶରୀର ପାଇଁ ବେଶ ଉପାୟଦେୟ । ଗୁଡ ଫୁସଫୁସକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ । ଏଥିରେ ଆଣ୍ଟି-ଆଲର୍ଜି ଗୁଣ ଅଛି ,ଯାହା ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । କୁହାଯାଏ ଯେ ଯଦି ପ୍ରତିଦିନ ଗୁଡ ଖାଇବା ଦ୍ବାରା ଶରୀରରେ ଅମ୍ଳଜାନ ଯୋଗାଣ ବୃଦ୍ଧି ହୋଇଥାଏ । ତେଣୁ ବାୟୁ ପ୍ରଦୂଷଣ ଦ୍ୱାରା ଶରୀରରେ ହୋଇଥିବା କ୍ଷତିର ମରାମତି କରିବାରେ ଏହା ସହାୟକ ହୋଇଥାଏ ।
ଗୁଡ ଶରୀର ପାଇଁ ଏକ କ୍ଲିନିଂ ଏଜେଣ୍ଟ ଭାବରେ କାମ କରେ । ଯାହା ଫୁସଫୁସ, ଗଳା, ପେଟ ଏବଂ ଅନ୍ତନଳୀକୁ ସଫା କରିବାରେ ସହାୟକ ହୋଇଥାଏ । ପ୍ରଦୂଷଣ ହେତୁ ଶ୍ବାସକ୍ରିୟାରେ ଅସୁବିଧା ଭୋଗୁଥିବା ବ୍ୟକ୍ତିମାନେ ପ୍ରତିଦିନ ଗୁଡ ଖାଇବା ଉଚିତ୍ । ଏଥି ସହିତ, ଆଲର୍ଜିରେ ପୀଡିତ ଲୋକଙ୍କ ପାଇଁ ଗୁଡ ବେଶ ଉପକାରୀ ବୋଲି କୁହାଯାଏ । ଗୁ଼ଡରେ ଆଇରନ୍ ପରିମାଣ ଅଧିକ ଥାଏ । ରକ୍ତହୀନତାରେ ପୀଡିତ ଥିବା ବ୍ୟକ୍ତିମାନେ ପ୍ରତିଦିନ ଗୁଡ କିଛି ପରିମାଣରେ ଖାଇବା ଉଚିତ୍ ।
ଯଦି ଆପଣ ଦିର୍ଘ ଦିନ ଧରି, ଥଣ୍ତା , ଆସ୍ତମା ଓ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ତେବେ ଆପଣ ୫ ଚାମଚ ହଳଦୀ ଗୁଣ୍ତ, ଗୋଟିଏ ଚାମଚ ଗୁଡ ଗୁଣ୍ତ ଓ ଗୋଟିଏ ଚାମଚ ବଟର ଏକ ପାତ୍ରରେ ରଖନ୍ତୁ । ଏହି ତିନି ସାମଗ୍ରୀକୁ ମିଶ୍ରଣ କରନ୍ତୁ । ଏହି ମିଶ୍ରଣକୁ ତିନିରୁ ୪ ଥର ଖାଇବା ଦ୍ବାରା ଥଣ୍ତା , ଆସ୍ତମା ଓ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ଗୁଡିକ ଦୂର ହୋଇଥାଏ । ଗ୍ୟାସ ସମସ୍ୟା ଭୋଗୁଥିବା ଲୋକମାନଙ୍କ ପାଇଁ ଗୁଡ ବେଶ ଲାଭଦାୟକ ବୋଲି କୁହାଯାଏ ।
ଶୀତଦିନେ ପ୍ରତିଦିନ ଗୁଡ ଖାଇବା କୌଣସି ଔଷଧ ଖାଇବା ଠାରୁ କମ୍ ନୁହେଁ । ଗୁଡକୁ ଗୁଣ୍ତ କରି ଚିନିର ବିକଳ୍ପ ଭାବରେ ବ୍ୟବହାର କରାଯାଇପାରେ । ଏବଂ ସ୍ୱାଦରେ ମିଠା ବଢାଇବ ପାଇଁ ଏହାକୁ ବ୍ୟବହାର କରିବେ ।