ଓଡ଼ିଶା 365 (ବ୍ୟୁରୋ): ଲୋନ ଠକେଇ ଅଭିଯୋଗରେ ରସୁଲଗଡ ଶିଳ୍ପାଞ୍ଚଳ ସ୍ଥିତ ‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟରେ ଇଓଡବ୍ଲୁ ଟିମ ଚଢାଉ କରିଛି। ଇଓଡବ୍ଲୁର ୧୨ ଜଣିଆ ଟିମ ଆଜି ମଧ୍ୟାହ୍ନ ଗୋଟାଏ ବେଳେ ସମ୍ବାଦ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ । ୪ ଜଣ ଡିଏସପି ଏବଂ ୬ ଜଣ ଇନ୍ସପେକ୍ଟରଙ୍କ ଏଥିରେ ସାମିଲ ଅଛନ୍ତି। ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗକୁ ଆଧାର କରି ଅର୍ଥନୈତିକ ଅପରାଧ ଶାଖାବା ଇଓଡବ୍ଲୁ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଆଇପିସିଦଫା ୫୦୬, ୪୬୭, ୪୬୮, ୪୭୧, ୪୨୦ଓ୧୨୦(ଖ)ରେ ମାମଲା ରୁଜୁ କରିଛି ସଂସ୍ଥାର ଏଚଆର ବିଭାଗ ମୁଖ୍ୟ ବୈଜୟନ୍ତୀ କରଙ୍କ ନାଁରେ ମଧ୍ୟ ସମାନ ଦଫା ଲାଗିଛି। ଏହି ମାମଲାରେ ଇଓଡବ୍ଲୁ ସମ୍ବାଦର ପ୍ରକାଶକ କମଳାକାନ୍ତ ମହାପାତ୍ରଙ୍କୁ ଗତକାଲି EOW ପଚରାଉଚରା କରିଥିଲା।
ସୂଚନାଥାଉ କି, ପୂର୍ବତନ କର୍ମଚାରୀ ଜଣକ ଅଭିଯୋଗ କରିଥିଲେ, ୨୦୧୫ରେ ତାଙ୍କୁ ସହରର ଏକ ବ୍ୟାଙ୍କରୁ ଆବଶ୍ୟକ କାଜପତ୍ର ଦେଖାଇ ଋଣ ଆଣିବାକୁ କମ୍ପାନୀ ପକ୍ଷରୁ ବାଧ୍ୟ କରାଯାଇଥିଲା । ହେଲେ ଏହି ଲୋନ ତାଙ୍କ ପାଖକୁ ଆସି ନ ଥିଲା । ଏପରିକି ବ୍ୟାଙ୍କ ପକ୍ଷରୁ ମଧ୍ୟ କିଛି ସୂଚନା ପାଇ ନ ଥିଲେ । ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାଁରେ ୫ ଲକ୍ଷର ଋଣ କରାଯାଇଛି । ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାଁରେ ଏକ ଫେକ ଆକାଉଣ୍ଟ ଖୋଲା ଯାଇ ହଟଙ୍କା ଟ୍ରାନ୍ସଫର କରାଯାଇଛି । ଏହି ପୂର୍ବତନ କର୍ମଚାରୀଙ୍କ ଓକିଲ ଦିବ୍ୟଜ୍ୟୋତି ଦାସ ମିଡିଆକୁ ସୂଚନା ଦେଇ ଏସବୁ କହିଛନ୍ତି । ସେ ଆହୁରି କହିଛନ୍ତି, ଏହି ଦୁର୍ନୀତି ବିଷୟରେ ଜାଣିବା ପାଇଁ ତାଙ୍କ କ୍ଲାଏଣ୍ଟଙ୍କୁ ଦୀର୍ଘବର୍ଷ ଲାଗିଥିଲା । କାରଣ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏଥିରେ ସହଯୋଗ କରୁ ନ ଥିଲେ ।